କେମିତି ଅଛନ୍ତି ଋଷଭ ପନ୍ତ? ଆସିଲା MRI ସ୍କାନ ରିପୋର୍ଟ, ଆଜି ହେବ ଆଣ୍ଠୁ ସ୍କାନ

ଓଡ଼ିଆ ବାର୍ତ୍ତା/ ଡେରାଡୁନ: ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲାରେ ଘଟିଥିବା ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଥିବା କ୍ରିକେଟର ଋଷଭ ପନ୍ତ ସମ୍ପୂର୍ଣ୍ଣ ସୁରକ୍ଷିତ। ଶୁକ୍ରବାର ସକାଳେ, ରୁରର୍କି ଯାଉଥିବାବେଳେ ଷ୍ଟାର ୱିକେଟ୍ କିପର ପନ୍ତଙ୍କ ମର୍ସିଡିଜ୍ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣା ବୁହତ ଜୋର ହୋଇଥିଲା କିନ୍ତୁ ପନ୍ତ ଅଳ୍ପକେ ଆଘାତ ପାଇଥିଲେ। ପନ୍ତ ବର୍ତ୍ତମାନ ଡେରାଡୁନ୍‌ର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲର ସୂଚନା ଅନୁଯାୟୀ ପନ୍ତଙ୍କ ମୁହଁର କିଛି ଅଂଶରେ ପ୍ଲାଷ୍ଟିକ ସର୍ଜରୀ କରାଯାଇଥିବାବେଳେ ତାଙ୍କର ଏମଆରଆଇ ସ୍କାନ ରିପୋର୍ଟ ଆସିଛି। ଯାହା ସ୍ୱାଭାବିକ ରହିଛି। ESPN-Cricinfoର ଏକ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ପନ୍ତଙ୍କ ମସ୍ତିଷ୍କ ଏବଂ ମେରୁଦଣ୍ଡର ଏମଆରଆଇ କରାଯାଇଥିଲା ଏବଂ ରିପୋର୍ଟ ସ୍ୱାଭାବିକ ରହିବା ଏକ ଆଶ୍ୱସ୍ତିକର ଖବର। ତାଙ୍କ ମସ୍ତିଷ୍କ ଏବଂ ମେରୁଦଣ୍ଡରେ କୌଣସି ଆଘାତ ନାହିଁ, ଯାହା ତାଙ୍କ ଜୀବନ କିମ୍ବା ପେଶା ପ୍ରତି ବିପଦ ସୃଷ୍ଟି କରିପାରିଥାନ୍ତା। ଏହି ଦୁର୍ଘଟଣାରେ ପନ୍ତଙ୍କ ଶରୀରର ଅନେକ ସ୍ଥାନରେ ଆହତ ହୋଇଛି। ଯେଉଁଥିରେ କପାଳରେ ଦୁଇଟି କଟା କ୍ଷତ, ପିଠି ଆଞ୍ଚୁଡି ହୋଇଯାଇଥିବାର ଚିହ୍ନ ଏବଂ ହାତଗୋଡରେ କ୍ଷତ ଚିହ୍ନ ରହିଛି। ରିପୋର୍ଟ ଅନୁଯାୟୀ, ତାଙ୍କ ପିଠିରେ ଥିବା କ୍ଷତ ଏବଂ ମୁହଁରେ ଆଘାତ ସମେତ ଅନ୍ୟ ଅଂଶଗୁଡିକ ଠିକ୍ କରିବା ପାଇଁ ଡାକ୍ତରମାନେ ପନ୍ତଙ୍କ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି।

Omkar Vasthu
Omkar Vasthu

ତେବେ ଶନିବାର ପନ୍ତଙ୍କ ଗୋଡ ଏବଂ ଆଣ୍ଠୁରେ ସ୍କାନ ହେବ। ପନ୍ତଙ୍କ ହାତ ଓ ଗୋଡ ଦୁର୍ଘଟଣା ପରେ ଫୁଲିଯାଇଛି ଏବଂ ଯନ୍ତ୍ରଣା ରହିଥିବାରୁ ଶନିବାର ସ୍କାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାପୂର୍ବରୁ ବିସିସିଆଇ ଏକ ବିବୃତ୍ତି ଜାରି କରି କହିଛି ଯେ କପାଳ ଏବଂ ପିଠିରେ ଆଘାତ ବ୍ୟତୀତ ଷ୍ଟାର ୱିକେଟ୍ କିପରଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଛି। ଏହା ବ୍ୟତୀତ ତାଙ୍କ ଗୋଡରେ ମଧ୍ୟ ଆଘାତ ଲାଗିଛି। ବୋର୍ଡର ଏକ ଡାକ୍ତରୀ ଟିମ୍ ମ୍ୟାକ୍ସ ହସ୍ପିଟାଲର ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଭାରତୀୟ ୱିକେଟ୍ କିପରଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବା ପାଇଁ କୌଣସି ବାଧକ ସାଜିବ ନାହିଁ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.