ତିନିଦିନ ହେବ ଅଚଳ ହୋଇ ପଡ଼ିଛି ବେଣ୍ଟକାର ଉପ ଡାକଘର : ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବେ କି ?

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ୪୨ ମୌଜା ସ୍ଥିତ ବେଣ୍ଟକାର ଉପ ଡାକଘର ତିନି ଦିନ ଧରି ଅଚଳ ହୋଇ ପଡିଥିବାରୁ ଶହ ଶହ ଉପଭୋକ୍ତା ସେବା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ବେଣ୍ଟକାର ଉପ ଡାକଘରର ପୋଷ୍ଟ ମାଷ୍ଟର ଦେବାଶିଷ ଦାସଙ୍କ ଗତ ଡ଼ିସେମ୍ବର ୩୦ ତାରିଖରୁ ଅନ୍ୟତ୍ର ବଦଳି ହୋଇ ତାଙ୍କ ସ୍ଥାନରେ ସେହି ଦିନ ବି.ଚନ୍ଦ୍ରଶେଖର ରାଓ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ମାତ୍ର ପରିତାପର ବିଷୟ ଏହିକି ଡାକଘର ବ୍ୟବସ୍ଥା ଅନୁଯାୟୀ ତାଙ୍କ ପାଖକୁ ନିର୍ଦ୍ଧିଷ୍ଟ ଆଇ.ଡି. ଆସି ନାହିଁ। ତେଣୁ ଅଞ୍ଚଳର ଉପଭୋକ୍ତାମାନେ ସେମାନଙ୍କର ଦରକାରୀ ରେଜିଷ୍ଟ୍ରି ଚିଠି ପତ୍ର ପଠାଇ ପାରୁ ନାହାନ୍ତି କି ପାଇ ପାରୁ ନାହାଁନ୍ତି କିମ୍ବା ଡାକଘରେ ଥିବା ତାଙ୍କ ସଞ୍ଚୟ ବହିରେ ଟଙ୍କା ପଇସା ରଖି ପାରୁ ନାହାଁନ୍ତି କିମ୍ବା ଉଠାଇ ପାରୁ ନାହାଁନ୍ତି। ଏପରିକି ଏହି ଡାକଘର ଉପରେ ନିର୍ଭରଶୀଳ ସରକାରୀ ଓ ଇ.ପି.ଏଫ୍. ପେନସନ ଭୋଗୀମାନେ ସେମାନଙ୍କ ପେନସନ ରାଶି ଉଠାଇ ନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଉପ ଡାକଘର ଅଧୀନରେ ଥିବା ଝିଙ୍କିରିଆ, ଦଧିବାମନପୁର, ଝାରକଟା, କଳପଡା ଓ ସରିଚୂଆଁ ବ୍ରାଞ୍ଚ ପୋଷ୍ଟ ଅଫିସ ର ସେବା କାର୍ଯ୍ୟ ସେହି ସେହି କାରଣରୁ ଅନୁରୂପ ଭାବେ ବନ୍ଦ ଅଛି। ଏଣୁ ଡାକ ବିଭାଗର କଟକ ସିଟି ଡିଭିଜନର ବିଭାଗୀୟ ସିନିଅର ସୁପରିନଟେଣ୍ଡେଣ୍ଟ୍ ଉକ୍ତ ଘଟଣାକୁ ଗୁରୁତର ସହ ବିଚାରକୁ ନେଇ ତଥା ଡାକ ବିଭାଗର ନିୟମ ଅନୁଯାୟୀ ବେଣ୍ଟକାର ଉପ ଡାକଘରକୁ ତୁରନ୍ତ ନିର୍ଦ୍ଧିଷ୍ଟ ଆଇ.ଡି. ପଠାଇଲେ ୪୨ମୌଜାର ୬ଗୋଟି ପଞ୍ଚାୟତର ଅଞ୍ଚଳ ବାସୀ ବିଶେଷ ଉପକୃତ ହେବେ ବୋଲି ୪୨ମୌଜା ବିକାଶ ପରିଷଦର ଉପଦେଷ୍ଟା ତଥା ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ପ୍ରେସ୍ ବିବୃତିରେ ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.