ଗାୟତ୍ରୀ ଶକ୍ତି କଳସ ରଥକୁ ସର୍ଗିଗୁଡାରେ ଭାବ୍ୟ ସ୍ୱଗାତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶାନ୍ତିକୁଞ୍ଜ ହରିଦ୍ୱାରରୁ ପବିତ୍ର ୨୪ ତୀର୍ଥ କ୍ଷେତ୍ରର ଜଳ ଭର୍ତ୍ତି ଶକ୍ତି କଳସ ନେଇ ସାରା ରାଜ୍ୟ ପରିଭ୍ରମଣ କରୁଥିବା ରଥକୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ର ସର୍ଗିଗୁଡା, ନର୍ଲାରୋଡ଼, ଚାରିଛକରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିବା ଦେଖିବାକୁ ମିଳିଛି । ନୂଆପଡା ଜିଲ୍ଲାର ସିନାପାଲିରେ ଆସନ୍ତା ୧୯ ରୁ ୨୨ ଚାରିଦିନ ଧରି ୨୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବ । ଏଥିପାଇଁ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ଗାୟତ୍ରୀ ପରିଜନ ଲାଗି ପଡିଛନ୍ତି ଆୟୋଜନରେ । ଏହାର ପ୍ରଚାର ପ୍ରସାର ପାଇଁ ଶକ୍ତି କଳସ ନେଇ ଗାୟତ୍ରୀ ରଥ ସାରା ରାଜ୍ୟ ପରିକ୍ରମା କରି ଜନ ସଚେତନତା କରୁଥିବା ଜଣାପଡିଛି । ଏହି ଶକ୍ତି କଳସ ଆସନ୍ତା ୧୯ ରେ ସିନାପାଲିରେ ପହଂଚିବା ପରେ ୨୫୧ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ଆରମ୍ଭ ହେବ ବୋଲି ଜଣାପଡିଛି । ସକାଳ ୮.୩୦ ରୁ ଗାୟତ୍ରୀ ଶକ୍ତି କଳସ ନେଇ ରଥ ଚାରିଛକ ରେ ପହଂଚିବା ପରେ ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକଙ୍କ ନେତୃତ୍ୱରେ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ଓ ଛାତ୍ରାଛାତ୍ରୀ ମାନେ ଗାୟତ୍ରୀ ରଥକୁ ବନ୍ଦାପନା କରି ଭବ୍ୟ ସ୍ୱଗାତ କରିଥିଲେ । ସକାଳ ୯.୩୦ ସମୟରେ ରଥ ଆସି ସର୍ଗିଗୁଡା ପ୍ରହରୀ ମଣ୍ଡପ ରେ ପହଂଚିବା ପରେ ଜିଲ୍ଲା ପ୍ରତିନିଧି ତପନ ପଧାନ ଙ୍କ ନେତୃତ୍ୱରେ ନର୍ଲା ଗାୟତ୍ରୀ ପରିଜନର ସମ୍ପାଦକ ମେଦିନୀଧର ଯାନୀ, ସହ ସମ୍ପାଦକ ଚକ୍ରଧର ସା, ବ୍ଲକ କମିଟି ସଦସ୍ୟ ଦୀଗ ପଧାନ, ଜାହରଲାଲ ବିଶ୍ବାଳ ପ୍ରମୁଖଙ୍କ ସମେତ ୨୦ ରୁ ଉର୍ଦ୍ଧ୍ବ ମହିଳା ସଦସ୍ୟ ରଥକୁ ବନ୍ଦାପନା କରି ସ୍ୱଗାତ କରିଥିଲେ ।ସେହିଭଳି ନର୍ଲାରୋଡ଼ ରେ ପରିଜନ ସଦସ୍ୟ ତୀର୍ଥ ବୁଦ୍ଧିଆ ଙ୍କ ନେତୃତ୍ୱରେ ଦାମୋଦର ମହାରଣା , ଫକୀର ପୁଟେଲ, ଦେବରାଜ ବୁଦ୍ଧିଆ, କୈଳାସ ସା ଓ ମହିଳା ଭକ୍ତ ମାନେ ବନ୍ଦାପନା କରି ରଥକୁ ସ୍ୱଗାତ କରିଥିଲେ । ଏହାପରେ ଗାୟତ୍ରୀ ଶକ୍ତି କଳସ ରଥ ମ. ରାମପୁର ଅଭିମୁଖେ ଯାତ୍ରା କରିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.