ରିଷିଡାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ: ଘୁମୁରା ଓ ରସରକେଲିରେ ଦୁଲୁକିଲା ମଞ୍ଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକର ରିଷିଡାଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି। କଳାହାଣ୍ଡିର ବୀରବାଦ୍ୟ ଘୁମୁରା, ଆଦିବାସୀ ନୃତ୍ୟ, ରସରକେଲି ଓ ସମ୍ବଲପୁରୀ ନାଚରେ ଦୁଲକି ଉଠିଥିଲା ମଞ୍ଚ। ସ୍ଥାନୀୟ ଜନତା ମନଭରି ଉପଭୋଗ କରୁଥିଲେ ନୃତ୍ୟ ଗୀତର ଆସରକୁ। ସକାଳେ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ଘୁମୁରା ନୃତ୍ୟର ତାଳେ ତାଳେ ରିଷିଡା ସରପଞ୍ଚ ସେବତୀ ରଣା, କର୍ଲାମୁଣ୍ଡା ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ରିଷିଡା ସମିତି ସଭ୍ୟ ନିମାଇଁ ଚରଣ ବେହେରା, ନାଏବ ସରପଞ୍ଚ ନରେଶ ଦାସଙ୍କ ନେତୃତ୍ୱରେ ମଶାଲ ମଞ୍ଚକୁ ଆସି ପହଞ୍ଚିଥିଲା। ପରେ ସରପଞ୍ଚ ସେବତୀ ରଣାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟ ବକ୍ତା ଭାବେ ଜେ.ଡି. କଲେଜ ଅଧ୍ୟକ୍ଷ ଗଦାଧର ପଧାନ, ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, କର୍ଲାମୁଣ୍ଡା ଜୋନ୍-୧ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ଜୋନ୍-୨ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ପୌରକେଲା ସରପଞ୍ଚ ଯଶୋଶ୍ୱିନୀ ଧରୁଆ, ସ. ମାଲପଡା ସରପଞ୍ଚ ବରୁଣ ଛତ୍ରୀଆ, ରେଗଡା ସରପଞ୍ଚ ଦୀପ୍ତି ରାଣୀ ସାହୁ, ରିଷିଡା ନାଏବ ସରପଞ୍ଚ ନରେଶ ଦାଶ୍, ସମିତି ସଭ୍ୟ ନିମାଇଁ ଚରଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା ସଭା ସଂଯୋଜନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ବରିଷ୍ଠ କଳାକାର ତଥା ଘୁମୁରା ଗୁରୁ ଚନ୍ଦ୍ରମଣି କୁମୁରା, ବରିଷ୍ଠ କଳାକାର ଦିନମଣୀ ସାହୁ, ନଥୁରାମ ରଣା, ସଫଳ ଚାଷୀ ମନୋଜ ରଣା, ରଂଜିତ ରଣା ଏବଂ ମାଟ୍ରିକ, ଯୁକ୍ତ ଦୁଇ ଓ ଯୁକ୍ତ ତିନି ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ରିଷିଡା ମାଟିର ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା, କମ୍ବୁପାଣି ସାହୁ, ସତ୍ୟନାରାୟଣ କୁମାର, ଭଜଶ୍ୟାମ ସାହୁ, ସୁଶାନ୍ତ ମଲ୍ଲିକ, ରମେଶ ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।  ସ୍ବେଛାସେବୀ ତାରାଚନ ପୋଢ଼ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ପିଇଓ ଦେବରାଜ ରଣା, ଜିଆରଏସ ଶିଶିର ଗହୀର, ଗଜାନନ ଗହୀର, ସନ୍ତୋଷ ରଣା, ବୈକୁଣ୍ଠ ପରୁଆ, ୱାର୍ଡ ସଭ୍ୟ ଅଜୟ କୁମାର, ଦେବେନ୍ଦ୍ର ରଣା, ନେପାଳ ମାଝୀଙ୍କ ସମେତ ଧର୍ମେନ୍ଦ୍ର ରଣା, ମନୋଜ ରଣା, ପ୍ରକାଶ ସୁନା, ଲିଲୁ ନାଏକ, ସୋନୁ ରଣା ସହଯୋଗ କରିଥିଲେ।

Udyog Nursery
Udyogi Nursery

ସେହିପରି କର୍ଲାମୁଣ୍ଡା ବ୍ଲକ ସଦର ପଞ୍ଚାୟତ ପକ୍ଷରୁ ୟୁପି ସ୍କୁଲ ପରିସରରେ ସରପଞ୍ଚ ସ୍ୱର୍ଣ୍ଣ ଲତା ସାହୁଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା  କୁନି ସାହୁ, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥି ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜୋନ୍-୨ ଜିଲ୍ଲାପରିଷଦ ସଭ୍ୟ ସୁରେଶଚୌଧୁରୀ, ନାଏବ ସରପଞ୍ଚ ରାଧେଶ୍ୟାମ ବାଗ, ବିଧାୟକ ପ୍ରତିନିଧି ଦିନବନ୍ଧୁ ସାହୁ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଟିକେରାମ ଛତ୍ରୀଆ ପ୍ରମୁଖ ଯୋଗଦେଇ କଳାହାଣ୍ଡିର କଳା ସଂସ୍କୃତି ଓ ପରମ୍ପରାକୁ ଲୋକ ଲୋଚନକୁ ଆଣିବାର ପ୍ରୟାସ ହେଉଛି କଳାହାଣ୍ଡି ଉତ୍ସବ ଏଣୁ ଏଭଳି ମହାନ ଉତ୍ସବରେ ଜନସାଧାରଣଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.