ଦୈତାରୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଙ୍ଗା ଠାରେ ଦୈତାରୀ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ଉଦଘାଟନ ମ୍ୟାଚ ବଲାଙ୍ଗୀର ଜିଲ୍ଲାର ମହୀପୁର ଏବଂ ତେରେସିଙ୍ଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।‌‌ ନିର୍ଧାରିତ ସମୟ ମଧ୍ୟରେ କିଏ କାହାକୁ ଗୋଲ ଦେଇପାରିନଥିଲେ। ଏହାପରେ ପେନାଲଟି ସୁଟ ଆଉଟ କରାଯିବାରୁ ମହୀପୁର ଦଳ ୩-୨ରେ ତେରେସିଙ୍ଗାକୁ ପରାସ୍ତ କରି ବିଜୟ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜିର ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ବିଶିଷ୍ଟ ଅତିଥି ଭାବେ ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୁରଲୀଧର ରଣା, ପୂର୍ବତନ ଫୁଟବଲ ଖେଳାଳୀ ଉଦୟ କୁମାର ଯୋଗଦେଇଥିଲେ।

Udyog Nursery
Udyogi Nursery

ମ୍ୟାଚକୁ ବିଶି ପଧାନ, ଚଞ୍ଚଳ ମାଝୀ, ଲୋଚନ ମାଝୀ ପରିଚାଳନା କରିଥିବା ବେଳେ ନୃପରାଜ ରଣା ସ୍କୋରର ଦାୟିତ୍ୱରେ ଥିଲେ। ମନୋଜ ରଣା ଧାରାବିବାରିଣୀ ପ୍ରଦାନ କରିଥିଲେ। ଆୟୋଜକ ସଂଘ ସଭାପତି ରଶ୍ମି ରଞ୍ଜନ ରଣା, ସମ୍ପାଦକ କିଶୋର ଚନ୍ଦ୍ର ନାଏକ, ଦିଲୀପ ଗହୀର, ବସନ୍ତ ସାହୁ ସହଯୋଗ କରିଥିଲେ। ଆସନ୍ତାକାଲି ବଡ଼ମାଳ ଓ ରାସ୍ତାମାଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.