ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଜଣେ ସୁ ସଂଗଠକ ଭାବରେ ବେଶ ପରିଚିତ ସଂଗ୍ରାମ ପୁଝାରୀଙ୍କର ଗତ ଶନିବାର ରାତିରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନରୁ ହୃଦୟ ଜନିତ ସମସ୍ୟା ଓ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ । ତାଙ୍କୁ ବିଶାଖାପାଟଣାର ବାବା ହସପିଟାଲରେ ଚିକିତ୍ସା କରାଯାଉଥିଲା । ଗତକାଲି ତାଙ୍କୁ ଘରକୁ ନେଇ ଆସୁଥିବା ସମୟରେ ରାତି ୧୧ ଘଣ୍ଟା ବେଳେ ତାଙ୍କର ଦେହାନ୍ତ ହୋଇଯାଇଥିବା ଜଣାପଡ଼ିଛି । ଆଜି ରବିବାର ସକାଳେ ସ୍ଥାନୀୟ ମଶାଣିରେ ତାଙ୍କର ଶେଷକୃତ୍ୟ ସଂମ୍ପନ୍ନ ହୋଇଛି । ତାଙ୍କ ମୃତ୍ୟୁ ଖବରରେ ନର୍ଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ନର୍ଲା ବିଧାୟକ ଭୁପିନ୍ଦର ସିଂ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲାର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବି ଗୌଡ଼ିଆ, ନର୍ଲା ସରପଞ୍ଚ ତନୁଜା ହରପାଲ, ନର୍ଲା ଏସ୍କନ କ୍ଳବର ସମସ୍ତ ସଦସ୍ୟ, ପୋଲିସ ଅଧିକାରୀ ସୂର୍ଯ୍ୟମଣି ବେହେରା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।