ଆଇଏଏସ ଅଫିସରଙ୍କ ଉପରେ ଲଦା ହୋଇଛି ବିଭାଗ, ଘାରିଲା ନାମଫଳକ ଚିନ୍ତା

ଓଡ଼ିଆ ବାର୍ତ୍ତା/ ପାଟନା: ବିହାରରେ କାର୍ଯ୍ୟରତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ରାହୁଲ କୁମାରଙ୍କୁ ଏବେ ଚିନ୍ତା ଘାରିଛି | ଆଉ ଏବାବଦରେ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି | ବାସ୍ତବରେ ରାଜ୍ୟ ସରକାର ରାହୁଲ କୁମାରଙ୍କ ଉପରେ ଏତେ ବିଭାଗ ଲଦି ଦେଇଛନ୍ତି ଯେ ଯାହାକୁ ନେଇ ସେ ଚିନ୍ତାରେ ପଡିଯାଇଛନ୍ତି | ରାହୁଲ କୁମାରଙ୍କୁ ଏତେ ବିଭାଗର ଦାୟିତ୍ୱ ମିଳିଛି ଯେ ନାମଫଳକ(ନେମ ପ୍ଲେଟ)ରେ ଲେଖିବାକୁ ସ୍ଥାନ ହିଁ ନାହିଁ | ବଡ କଥା ଯେ ଯେଉଁ ସବୁ ବିଭାଗର ଦାୟିତ୍ୱ ତାଙ୍କୁ ଦିଆଯାଇଛି ସେହି ବିଭାଗର ନାମ ଏତେ ବଡ ଯେ ତାଙ୍କ ନାମଫଳକରେ ସ୍ଥାନ ଧରୁନାହିଁ |

Omkar Vasthu
Omkar Vasthu

ବର୍ତ୍ତମାନ ରାହୁଲ କୁମାର ୭ଟି ବିଭାଗର ଦାୟିତ୍ୱରେ ଥିବାବେଳେ ଏନେଇ ରାହୁଲ କୁମାର ତାଙ୍କ ନାମଫଳକର ଫଟୋ ସେୟାର କରିଛନ୍ତି। ସେ ତାଙ୍କ ନାମଫଳକର ଫଟୋ ଟ୍ୱିଟ୍ କରି ଲେଖିଛନ୍ତି ଯେ “ଶ୍ରୀ ରାହୁଲ କୁମାର ଭାରତୀୟ ପ୍ରଶାସନିକ ସେବା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ବିହାର ଗ୍ରାମୀଣ ଜୀବିକା ପ୍ରୋତ୍ସାହନ ସୋସାଇଟି- ସହ-ରାଜ୍ୟ ମିଶନ ନିର୍ଦ୍ଦେଶକ, ରାଜ୍ୟ ଜୀବିକା- ସହ-କମିଶନର- ନିଯୁକ୍ତି , ମନରେଗା ନିର୍ଦ୍ଦେଶକ। ଏହା ସହିତ ରାହୁଲ କୁମାର ମଧ୍ୟ ଏହି ପୋଷ୍ଟର ଆଉ ଏକ ପଦ ବାବଦରେ ଲେଖିଛନ୍ତି ଯାହା ନାମଫଳକରେ ଉଲ୍ଲେଖ କରାଯାଇ ନାହିଁ | ରାହୁଲ କୁମାର ୨୦୧୧ ବ୍ୟାଚର ଆଇଏଏସ ଅଧିକାରୀ | ରାହୁଲ କୁମାରଙ୍କୁ ରାଜ୍ୟର ଶ୍ରେଷ୍ଠ ଆଇଏଏସ୍ ଅଧିକାରୀ ଭାବେ ବିବେଚନା କରାଯାଏ |

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.