କାମନା ଦଣ୍ଡ ଶତବାର୍ଷିକୀ ସମାରୋହରେ ଉନ୍ମୋଚିତ ହେବ ସ୍ମରଣିକା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ ୧୯୨୨ ମସିହାରେ ଆରମ୍ଭ ହେଇଥିବା କାମନା ଦଣ୍ଡ ଇତି ମଧ୍ୟରେ ଏକ ଶତବର୍ଷ ପୂର୍ତ୍ତି ହେଇଥିବାବେଳେ ଏଇ ଐତିହାସିକ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଆଂଚଳିକ କାମନା ଦଣ୍ଡ ପରିଷଦ ତରଫରୁ ପ୍ରସ୍ତୁତ ସ୍ମରଣିକା ଆଜି ସନ୍ଧ୍ୟାରେ ହେବାକୁଥିବା ସାଂସ୍କୃତିକ ସଭା ଅବସରରେ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହେବ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ କାମନା ଦଣ୍ଡର ସାଂସ୍କୃତିକ ପରମ୍ପରା ସହିତ ମ.ରାମପୁରେ କାମନା ଦଣ୍ଡ ବିଷୟକ ବିଭିିନ୍ନ ଉପାଦେୟ ଆଲେଖ୍ୟ ଏହି ସ୍ମରଣିକାରେ ସ୍ଥାନିତ ହେଇଥିବାବେଳେ ସ୍ମରଣୀକାର ଉପଦେଷ୍ଟା ଭାବରେ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ,ମୁଖ୍ୟ ସଂପାଦକ ପଦ୍ମ ଲୋଚନ ମିଶ୍ର, ସଂପାଦକ ହେମନ୍ତ ସାହୁ ଓ ସହ-ସଂପାଦକ ପରମାନନ୍ଦ ବିଶି ସଂପାଦନା ମଣ୍ଡଳୀର ଦାୟିତ୍ୱ ନିିର୍ବାହ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.