‘ଯିଏ ଏକନିଷ୍ଠ ଭକ୍ତି ଯୋଗରେ ସେବା କରେ ସେ ତ୍ରିଗୁଣକୁ ଅତିକ୍ରମ କରି ବ୍ରହ୍ମଭାବ ପାଇବାକୁ ଯୋଗ୍ୟ ହୁଏ’

• ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଗୀତାମୃତ ପାରାୟଣ ଆଲୋଚନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ତରଫରୁ ଗୀତାମୃତ ପାରାୟଣ କାର୍ଯ୍ୟକ୍ରମ ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ପରିଚାଳନା, ପୌରୋହିତ୍ୟ ଏବଂ ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।‌ ସର୍ବପ୍ରଥମେ ସଭାପତି ଶ୍ରୀ ନାଏକ ଗୀତା ଉପରେ ଅନେକ କଥା ସହ ପ୍ରଥମ ଅଧ୍ୟାୟ ଅର୍ଜୁନ ବିଷାଦ ଯୋଗଃର ଦୁଇଟି ଶ୍ଲୋକ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ। ପରିବାରର ବଡ଼ଭାଇ ବିଶ୍ବେଶ୍ବର ମାଝୀ ମଧ୍ୟ ଦ୍ବିତୀୟ ଅଧ୍ୟାୟର ଚାରୋଟି ଶ୍ଲୋକ ପାରାୟଣ ସହ ବ୍ୟାଖ୍ୟା କରିଥିଲେ। ପ୍ରଶାନ୍ତ କୁମାର ରାଉଳ ନବମ ଅଧ୍ୟାୟ ରାଜବିଦ୍ୟା ରାଜଗୁହ୍ୟ ଯୋଗ ଉପରେ ଆଲୋଚନା କରିଥିଲେ। ରୀତା ଅପରାଜିତା ମହାନ୍ତି ଓ ରତିନାରାୟଣ ରାଉତ ମଧ୍ୟ ଗୀତାର କିଛି ସାରକଥା ରଖିଥିଲେ। ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ଉପସ୍ଥିତ ସତସଙ୍ଗୀ ଭାତୃଭଗିନୀ ବୃନ୍ଦ। ଚତୁର୍ଦ୍ଦଶ ଅଧ୍ୟାୟ ଶେଷ ହେବାପରେ ଶ୍ୟାମାପ୍ରସାଦ ଦାଶ, ଭାବଗ୍ରାହୀ ମିଶ୍ର, ସଂଯୁକ୍ତା ରାଉତ, ଧନଞ୍ଜୟ ମିଶ୍ର ପ୍ରମୁଖ ପଣ୍ଡିତ ମାନେ ପ୍ରଶଂସା କରିଥିଲେ।

Omkar Vasthu
Omkar Vasthu

ଯିଏ ଆତ୍ମନିଷ୍ଠ,ସୁଖ ଦୁଃଖ, ମାଟି ପଥର, ସୁନା, ହୀରା, ନିନ୍ଦା ପ୍ରଶଂସା, ମିତ୍ର ଶତ୍ରୃ, ପ୍ରିୟ ଅପ୍ରିୟ ପ୍ରତି ସମଭାବାପନ୍ନ ଓ ସକଳ ଉଦ୍ୟମ ପରିତ୍ୟାଗୀ ସେ ଗୁଣାତୀତ ଅଟନ୍ତି। ଯିଏ ଏକନିଷ୍ଠ ଭକ୍ତି ଯୋଗରେ ସେବା କରେ, ସେ ତ୍ରିଗୁଣକୁ ଅତିକ୍ରମ କରି ବ୍ରହ୍ମଭାବ ପାଇବାକୁ ଯୋଗ୍ୟ ହୁଏ। ମୁଁ ଅମୃତମୟ , ଅବ୍ୟୟ, ଶାଶ୍ବତ, ଧର୍ମମୟ ତଥା ଐକାନ୍ତିକ ସୁଖଦ୍ବାରା ବ୍ରହ୍ମଙ୍କର ଆଶ୍ରୟ ଅଟେ।

Pearl dental clinic
Near Ashish Medical Store, Bhawanipatna

ଆଲୋଚନା ସମୟରେ ଓଡ଼ିଶାର ମୂର୍ଦ୍ଧନ୍ୟ ପଣ୍ଡିତ ମାନଙ୍କ ଉପସ୍ଥିତି ସମସ୍ତଙ୍କୁ ପ୍ରେରଣା ଯୋଗାଇଲା। ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୩୦ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇଥିଲେ। ସମସ୍ତେ ଭାବବିହ୍ବଳିତ ହୋଇ ଉକ୍ତ ସତସଙ୍ଗକୁ ଉପଭୋଗ କରିଥିଲେ। ପଣ୍ଡିତ ଭାବଗ୍ରାହୀ ମିଶ୍ର, ପଣ୍ଡିତ ଶ୍ୟାମାପ୍ରସାଦ ଦାଶ ମଧ୍ୟ ଚତୁର୍ଦ୍ଦଶ ଅଧ୍ୟାୟ ସହ ଗୀତା ଆଲୋଚନା କରିଥିଲେ। ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେବା ପରେ ରତିନାରାୟଣ ରାଉତ ଜନକଲ୍ୟାଣ ମନ୍ତ୍ର ପାଠ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.