ଭାନପୁର ଗଙ୍ଗାଦେବୀ ବାବୁରାଙ୍କ ଛତର ଯାତ୍ରା ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମରେ ରହିଥିବା ଗଙ୍ଗାଦେବୀ ବାବୁରାଙ୍କ ଛତର ଯାତ୍ରା ଦୀର୍ଘ ୧୦୦ ବର୍ଷରୁ ଉର୍ଦ୍ଧ୍ବ ହୋଇଗଲାଣି ଅନୁଷ୍ଠିତ ହୋଇ ଆସୁଛି । ଭାନପୁର ଗୈାନ୍ତିଆ ପଧାନ ପରିବାରର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଛତର ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଭାନପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭାନପୁର, ବଫଲା, କମେଗାଁ, ରାକ୍ସୀ, ଦାସରଥିପୁର ପ୍ରଭୃତି ଗ୍ରାମର ଜନସାଧାରଣଙ୍କ ସାହାଯ୍ୟ ସହଯୋଗ ରହି ଆସିଥିବା ଆୟୋଜକ କମିଟି ପ୍ରକାଶ କରିଛନ୍ତି । ଗଙ୍ଗାଦେବୀ ବାବୁରାଙ୍କ ଛତର ଯାତ୍ରା ବର୍ଷକୁ ଦୁଇଥର ଅନୁଷ୍ଠିତ ହୋଇଥାଏ । ଦଶହରା ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଓ ଚୈତ୍ର ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ଏହା ଅନୁଷ୍ଠିତ ହୋଇଥାଏ । କୃଷ୍ଣପକ୍ଷ ଅଷ୍ଟମୀ ତିଥିରୁ ଶୁକ୍ଲପକ୍ଷ ଅଷ୍ଟମୀ ତିଥି ୧୬ ଦିନ ଧରି ଏହି ଛତର ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଥିରେ ଖଣ୍ଡାପୂଜା ସାଙ୍ଗକୁ ବଳି ପ୍ରଥା ମଧ୍ୟ ଚଳି ଆସୁଛି । ଛତର ଯାତ୍ରା ଗାଁ ଦାଣ୍ଡରେ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଥାଏ । ଏହି ଦୁଇ ତିଥି ବ୍ୟତିତ ବର୍ଷସାରା ପ୍ରତି ମଙ୍ଗଳବାର ପୂଜା ଅନୁଷ୍ଠିତ ହୋଇଥାଏ । କୁକୁଡା, ଛେଳି ପ୍ରଭୃତି ପାଶ୍ୱର୍ ଦେବା ଦେବୀଙ୍କ ନିକଟରେ ବଳି ପୂଜା ହୋଇଥାଏ । ହେଲେ ଗଙ୍ଗାଦେବୀ ବାବୁରାଙ୍କ ପାଖରେ କଦଳୀ, ନଡିଆ ବିଶେଷ କରି ଖଇମୁହାଁ ଭୋଗ ପୂଜା ଲାଗି ହୋଇଥାଏ । ଏହି ମନ୍ଦିରର ପୂଜାରୀ ଭାବରେ ହିତକୃଷ୍ଣ ପୁଟେଲ ପୂଜା କରୁଥିବା ବେଳେ ଗାଉଁଟିଆ ପଧାନ ପରିବାରର ଘନଶ୍ୟାମ ପଧାନ ପୂଜନ କାର୍ଯ୍ୟକ୍ରମକୁ ପରିଚାଳନା କରିଥାନ୍ତି । ଅନ୍ୟ ମାନଙ୍କ ମଧ୍ୟରେ କୂଳମଣି ପୁଟେଲ, ଗଙ୍ଗାଧର ମାଝୀ ପ୍ରମୁଖଙ୍କ ସହଯୋଗରେ ଖଇ କଦଳୀ ପ୍ରଭୃତି ଗଙ୍ଗାଦେବୀ ବାବୁରାଙ୍କ ନିକଟରେ ପୂଜା ଲାଗି ହୋଇଥାଏ । ଭାନପୁର ବସ୍ତି ମଝିରେ ରହିଥିବା ଗ୍ରାମ ଦେବୀ ଗଙ୍ଗାଦେବୀ ବାବୁରାଙ୍କ ଛତର ଯାତ୍ରା ଦେଖିବା ନିମନ୍ତେ ଆଖପାଖ ଗାଁ ଗୁଡିକରୁ ଶହ ଶହ ସଂଖ୍ୟାରେ ଭକ୍ତ ସମାଗମ ଗୋଇଥାଏ । ଏଥିରେ ଭାନପୁର ଏବଂ ଆଖପାଖ ଗାଁର ସଂକୀର୍ତ୍ତନ ମଣ୍ଡଳୀ, ସିଂ ବାଜା ପ୍ରଭୃତି ଆସି ଅଂଶ ଗ୍ରହଣ କରି ଜଣାଣ କରିଥାନ୍ତି । ପୂଜକଙ୍କ ଦେହରେ ଦେବୀ ଲାଗିବା ସହିତ ପୂଜା ଗ୍ରହଣ କରି ସମସ୍ତଙ୍କୁ ଆଶିର୍ବାଦ କରିଥାନ୍ତି । ଚଳିତ ବର୍ଷ ଏହି ଚୈତ୍ର ମାସରେ ଶୁକ୍ଳପକ୍ଷ ଅଷ୍ଟମୀରୁ ଚାଲିଆସୁଥିବା ଗଙ୍ଗାଦେବୀ ବାବୁରାଙ୍କ ଛତରଯାତ୍ରା  ସମ୍ପନ୍ନ ହୋଇଯାଇଛି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.