ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରହିଥିବା ଶ୍ରୀରାମ ମନ୍ଦିରରେ ଗତ ୨୯/୩ ଓ ୩୦/୩ ଦୁଇଦିନ ଧରି ଚାଲିଥିଲା ଶ୍ରୀରାମ ନବମୀ । ୩୦।୩ ଗୁରୁବାର ଦିନ ଏହାର ପୂର୍ଣ୍ଣାହୂତି ପଡ଼ିଛି । ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଛାୟାତଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଶ୍ରୀରାମ ନବମୀ ଉତ୍ସବ ଚାଲିଥିଲା । ୨୯/୩ ବୁଧବାର ଭୋରରୁ ମଙ୍ଗଳ ଆଳତୀ, ବାଳ ଭୋଗ ଓ ସମସ୍ତ ନୀତିକ୍ରାନ୍ତି କରାଯାଇ ସକାଳ ୭ ଘଣ୍ଟା ରୁ ହୋମ ଯଜ୍ଞ ଓ ପୂଜା ପାଠ କାର୍ଯ୍ୟକ୍ରମ ଚାଲିଥିଲା । ନର୍ଲା ଡାକ୍ତରଖାନା ସମସ୍ତ କର୍ମଚାରୀ ଓ ଏନଆରଏଚଏମ କର୍ମଚାରୀଙ୍କ ସହଯୋଗ ରେ ଶୃଙ୍ଖଳିତ ଭାବରେ ସଂମ୍ପନ୍ନ ହୋଇଛି ଶ୍ରୀରାମ ନବମୀ। ପୂଜାକର୍ତ୍ତା ଭାବରେ କିଶୋର ପାତ୍ର ଦମ୍ପତି ଦାଇତ୍ୱ ନିର୍ବାହନ କରିଥିବା ବେଳେ ପୂଜକ ପଣ୍ଡିତ ଭାବରେ ନରେଶ ପାଢ଼ୀ ଓ ଶିବାଶିଷ ପାଢ଼ୀ ଦାଇତ୍ୱ ସମ୍ପାଦନ କରିଥିଲେ। ପୂର୍ଣ୍ଣାହୂତି ଦିନ ଶହ ଶହ ଶୁଭେଛୁ ଭକ୍ତ ଡାକ୍ତରଖାନା ପରିସରରେ ସାମୁହିକ ଅନ୍ନ ପ୍ରସାଦ ସେବନ କରିଥିଲେ। ପ୍ରଭୁ ରାମ ଲାଲାଙ୍କ ଜନ୍ମୋତ୍ସଵ ଡାକ୍ତଖାନା ପରିସରରେ ଆଡମ୍ବର ସହକାରେ ପାଳିତ ହୋଇ ଆସୁଛି। ନର୍ଲା ମେଡ଼ିକାଲ ର ସମସ୍ତ ଷ୍ଟାଫ ମାନଙ୍କର ଏଥିରେ ଆନ୍ତରିକ ସାହାଯ୍ୟ ସହଯୋଗ ରହି ଆସୁଛି ବୋଲି ବ୍ଲକ ପ୍ରକଳ୍ପ ପରିଚାଳକ ସବୀର ପଧାନ ମତବ୍ୟକ୍ତ କରିଛନ୍ତି ।