ବିଜେଡ଼ି ନେତାଙ୍କ ପୁରୀ ଅଭିମୁଖେ ସାଇକେଲ ଯାତ୍ରା

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ସାଧାରଣ ନିର୍ବାଚନକୁ ଆଉରି ଏକ ବର୍ଷ ବାକି ଥିବା ବେଳେ ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ଦିନକୁ ଦିନ ଉସ୍ମ ହେବାରେ ଲାଗିଛି l ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଦୀର୍ଘ ୨୩ ବର୍ଷ ବ୍ୟବଧାନ ପରେ କବିସୂର୍ଯ୍ୟନଗର ଆସି ଏକ ସାଧାରଣ ସଭାରେ ଗଂଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ କହିଥିବା ବେଳେ କିଛି ଦିନ ତଳେ କୋଦାଳ ଏନଏସିର ପୂର୍ବତନ ନଗରପାଳ ଏକ ବିରାଟ ସାଧାରଣ ସଭା କରି ନିଜ ର ଶକ୍ତି ପ୍ରଦର୍ଶନ ପାଇଁ ଆଗାମୀ ୨୦୨୪ ନିର୍ବାଚନ ପାଇଁ ବିଗୁଲ ବଜାଇ ଗାଁ ଗାଁ ବୁଲି ସଂଗଠନକୁ ବଢ଼ାଇଥିବା ବେଳେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପୁନର୍ବାର ଆଗାମୀ ନର୍ବାଚନ ଲଢ଼ିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି l ଉତ୍କଳ ଦିବସ ଅବସରରେ ଶୁକ୍ରବାର ଦିନ ବିଜେଡି ଯୁବ ନେତା ସୀତାରାମ ପାଣିଗ୍ରାହୀ ପ୍ରାୟ ୬୦ ଜଣ ଯୁବକଙ୍କୁ ସାଥିରେ ଧରି ଏକ ସାଇକେଲ ସଚେତନେତା ରା଼ଲ୍ଲୀକୁ କବିସୂର୍ଯ୍ୟନଗର ମହାମାୟୀ ମନ୍ଦିରରୁ ବାହାରି କୋଦଳା, ବେଗୁନିଆପଡା ଓ ସୁମଣ୍ଡଳ, ଅଂଗାରୁଗା ଦେଇ ପୁରୀ ଜଗନ୍ନାଥ ଙ୍କ ଦର୍ଶନ କରିବା ପାଇଁ ଯାତ୍ରା କରିବା ସହ ବୃକ୍ଷ ରୋପଣର ବାର୍ତା ପ୍ରଚାର କରୁଥିବା ବେଳେ ଜୟ ଜଗନ୍ନାଥ ନାରା ଦେଇଥିଲେ l ଉକ୍ତ ସାଇକେଲ ରା଼ଲ୍ଲୀରେ କବିସୂର୍ଯ୍ୟନଗର ବ୍ଲକ ପୂର୍ବତନ ଅଧକ୍ଷ ପିତାମ୍ବର ସେଠିଙ୍କ ସମେତ ବହୁ ବିଜେଡି ଯୁବ ନେତା ସାମିଲ ହେଇଥିବା ବେଳେ ରାସ୍ତାରେ ବିଜେଡି କର୍ମୀମାନେ ଫୁଲ ତୋଡ଼ା ଦେଇ ସମ୍ବର୍ଧନା କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.