ଅପ୍ରେଲ ସାତ ତାରିଖରୁ ଓଡ଼ିଶା ପ୍ରସିଦ୍ଧ ସମ୍ପୂର୍ଣ୍ଣ ରାମ ଲୀଳା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଶ୍ରୀରାମ ମନ୍ଦିରରେ ନବ ନିର୍ମିତ କଲ୍ୟାଣ ମଣ୍ଡପ ପ୍ରତିଷ୍ଠା ପୂଜା ସମ୍ପନ୍ନ ହେଇ ଯାଇଛି । ସଭାପତି ଜିବେଶ କୁମାର ପଣ୍ଡାଙ୍କ ନେତୃତ୍ୱରେ ପୂଜା କର୍ତ୍ତା ଭାବରେ ସମ୍ପାଦକ ବୀରେନ୍ଦ୍ର ରଥ ଓ ତାଙ୍କ ପତ୍ନୀ ପଦ୍ମାବତୀ ରଥ ଦାୟିତ୍ଵ ନିର୍ବାହ କରିଥିଲେ । ଉପସଭାପତି ଲଳିତ ମହାଳିକଙ୍କ ସମେତ ସମସ୍ତ ସଦସ୍ୟ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ଏଥି ସହିତ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନର ଓଡ଼ିଶା ପ୍ରସିଦ୍ଧ ସମ୍ପୂର୍ଣ୍ଣ ରାମ ଲୀଳା ନାଟକ ଅପ୍ରେଲ ସାତ ତାରିଖରୁ ଏଗାର ତାରିଖ ଯାଏଁ ପାଞ୍ଚ ଦିନ ବ୍ୟାପୀ ମଞ୍ଚସ୍ଥ ହେବ ବୋଲି ନାଟ୍ୟକାର, ନିର୍ଦେଶକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମଧ୍ୟ ଅତ୍ୟାଧୁନିକ ମଞ୍ଚ, ଶବ୍ଦ ଧ୍ଵନୀ, ଆଲୋକ ସଜା ସହ ଏହି ସମ୍ପୂର୍ଣ୍ଣ ରାମ ଲୀଳା ମଞ୍ଚସ୍ଥ ହେବ ବୋଲି ଜଣାଯାଇଛି ।