ଦୁଇଟି ମଟର ସାଇକେଲ ସହ ଗଞ୍ଜେଇ ଚାଲାଣ ବେଳେ ଜବତ: ଘଟଣା ସ୍ଥଳରୁ ୧୦ ଚାଲାଣ କାରୀ ଚମ୍ପଟ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡା ଥାନା ଅନ୍ତର୍ଗତ କିଲୁଗାଁ ଗ୍ରାମରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଚଢଉ କରି ୭୩୫ କେଜି ଗଞ୍ଜେଇ ସହ ଦୁଇଟି ବାଇକକୁ ଜବତ କରିଥିବା ବେଳେ ପୋଲିସ କୁ ଦେଖି ଦୁଇଟି ବାଇକ କୁ ଛାଡି ୧୦ ଜଣ ଗଞ୍ଜେଇ ଚାଲାଣ କାରୀ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି l ଏ ନେଇ ବାଲିଗୁଡା ପୋଲିସ କେଶ ନଂ.୮୯/୨୩ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରହିଛି ବୋଲି ଆଇଆଇସି ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.