ରାୟଗଡା ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ‘ପ୍ରତିଭା-୨୦୨୩’

ଚେଷ୍ଟା କରିବା ମଣିଷ କେବେ ବି ବିଫଳ ହୁଏନାହିଁ, ସଫଳ ନିଶ୍ଚିତ -ମନ୍ତ୍ରୀ ଜଗନ୍ନାଥ ସାରକା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ମହିଳା ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ମହାବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ‘ପ୍ରତିଭା-୨୦୨୩’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ସମ୍ମାନୀତ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ ଏବଂ ଧର୍ମାନନ୍ଦ ବେହେରାଙ୍କ ସମତେ ମହିଳା ମହାବିଦ୍ୟାଳୟର ଗର୍ଭଣ୍ଣିଂ ବୋଡି ସଭାପତି ଡଃ. ଦୁଷ୍ମନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଚେଷ୍ଠା କରିବା ମଣିଷ ନିଜ ଜୀବନରେ କେବେ ମଧ୍ୟ ବିଫଳ ହୋଇ ନ ଥାନ୍ତି । ତେଣୁ ନିଜ ଜୀବନର ଲକ୍ଷ୍ୟକୁ ପୂରଣ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବା ଦ୍ୱାରା ହିଁ ଜଣେ ସଫଳ ମଣିଷର ପରିଚୟ ପାଇଥାଏ ବୋଲି ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିବା ସହ ମହାବିଦ୍ୟାଳୟ ପରିସରରେ ଅର୍ଦ୍ଧନିର୍ମାଣ ହୋଇ ରହିଥିବା ଅଡିଟୋରିୟମ କକ୍ଷକୁ ଯଥାଶୀଘ୍ର ପୂରଣ କରିବା ଦିଗରେ ସାହାର୍ଯ୍ୟ କରିବି ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରତିଶୃତି ଦେଇଛନ୍ତି । ସେହିପରି ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ନିମନ୍ତେ ଏକ ବାସ୍କେଟ ବଲ୍ ଏବଂ ବ୍ୟାଡମିଂଟନ କୋର୍ଟର ନିର୍ମାଣ କରାଯିବା ସହ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡିକୁ ତ୍ୱରାନ୍ନିତ କରାଯିବ ବୋଲି ବିଧାୟକ ଶ୍ରୀ ମୁଦୁଲି ପ୍ରକାଶ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ ଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ଚେଷ୍ଠା କରିବା ସହ ସବୁବେଳେ ବିବେକ ଓ ମନର ବିଚାରକୁ ଭଲ ଭାବେ ବୁଝି ଆଗକୁ ବଢିବା ପାଇଁ ଚେଷ୍ଠା କଲେ ଜୀବନରେ ଜଣେ ଭଲ ମଣିଷ ହୋଇପାରିବ ବୋଲି ପ୍ରକାଶ କରିଥିଲେ ।

Udyog Nursery
Udyogi Nursery

ସେହିପରି ନିଜ ଛାତ୍ର ଜୀବନର ଉଦାହରଣ ଦେଇ ଅତିରିକ୍ତ ଜିଲ୍ଳାପାଳ-୨ ଶ୍ରୀ ବେହେରା ଛାତ୍ର ଜୀବନରେ ଶାରୀରିକ ଏବଂ ମାନସିକ ଦୁଇଟି ବ୍ୟାୟାମ ନିହାତି ଆବଶ୍ୟକ ବୋଲି କହିଥିଲେ । ଯଦ୍ୱାରା ଜଣେ ଛାତ୍ର ନିଶ୍ଚିତ ଭାବେ ଭଲ ପାଠ ପଢିଲେ ତାଙ୍କ ଜୀବନରେ ପରିବର୍ତନ ଆସିବା ସହ ଭବିଷ୍ୟତରେ ସମାଜ ପରିବର୍ତନ ସହ ଦେଶ ମଧ୍ୟ ପରିବର୍ତନ ହୋଇପାରିବ ବୋଲି କହିଥିଲେ । ୫୨ଜଣ ଛାତ୍ରୀଙ୍କୁ ନେଇ ଉପାନ୍ତ ରାୟଗଡା ସହରରେ ସ୍ଥାପନା ହୋଇଥିଲା ମହାବିଦ୍ୟାଳୟ । ବହୁ ବାଧାବିଘ୍ନ୍ ଆସିଥିଲେ ମଧ୍ୟ ସବୁ ସମୟରେ ସକରାତ୍ମକ ଚିନ୍ତାଧାରା ଯୋଗୁଁ ଆଜି ଦକ୍ଷିଣ ଓଡିଶାର ଏକ ଶ୍ରେଷ୍ଠ ମହିଳା ମହାବିଦ୍ୟାଳୟ ଭାବେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ରାୟଗଡା ମହାବିଦ୍ୟାଳୟ ବୋଲି ଗଭର୍ଣ୍ଣିଂ ବୋଡି ସଭାପତି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ବର୍ତମାନ ଏହି ମହାବିଦ୍ୟାଳୟକୁ ମହିଳା ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରେ ନିବେଦନ କରାଯାଇଥିବା ବେଳେ ଖୁବ୍ ଶୀଘ୍ର ଆସନ୍ତା ଦିନରେ ଏହାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରିନ୍ତି ବୋଲି ମଧ୍ୟ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପ୍ରତିଭା-୨୦୨୩ ପାଳନ ଅବସରରେ ଗତ ୨୦୨୧ବର୍ଷରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ତରରେ ଗୃହ ବିଞାନ ବିଭାଗରେ ଟପ୍ପର ହୋଇଥିବା ରାୟଗଡା ମହିଳା ମହାବିଦ୍ୟାଳୟର ଛାତ୍ରୀ ଏଲ.ନାଭ୍ୟା, ସରସ୍ୱତୀ ସୁବୁଦ୍ଧି, ଜ୍ୟୋତି ଟାକ୍ରି ଓ ରିଙ୍କୁ ପଟେଲଙ୍କୁ ମଂଚରେ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିବା ବେଳେ ୨୦୨୨ ବର୍ଷରେ ନବର ର‌୍ୟାଙ୍କ ରଖି ମହାବିଦ୍ୟାଳୟର ନାମକୁ ଗୈାରବାନ୍ନିତ କରିଥିବା ଛାତ୍ରୀ ବନିତା ପ୍ରାସଙ୍ଗା ଏବଂ ଏନସିସି କ୍ୟାଡେଟ୍ ଅର୍ପିତା ପାଢୀ, ଯୁକ୍ତ ଦୁଇବର୍ଷ କଳା ବିଭାଗର ଟପ୍ପର ଛାତ୍ରୀ ପ୍ରୀତାଂଜଳି ନାୟକ ଓ ବିଞାନ ବିଭାଗର ଛାତ୍ରୀ କେ.ମୋନିକା ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ମହାବିଦ୍ୟାଳୟର ଛାତ୍ରୀମାନେ ୧୦ଟି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ଅର୍ଚ୍ଚନା ପଟ୍ଟନାୟକ, ଛାତ୍ରୀ ସଂସଦ ଉପଦେଷ୍ଠା ଶ୍ରୀମତି ନିହାରବାଲା ପଣ୍ଡା ମଂଚାସୀନ ହୋଇଥିଲେ । ମହାବିଦ୍ୟାଳୟର ଅଧ୍ୟାପିକା ସୋନାଲି ବିଶ୍ୱାସ ମଂଚରେ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଶାନ୍ତିଲତା ମିଶ୍ର, ମୀତା ନାୟକ, ଅଧ୍ୟାପକ ବଳରାମ ତୁଳଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.