ବିଭିନ୍ନ ସମସ୍ୟାକୁ ନେଇ ଆରଡି ଅଫିସରେ ତାଲା ପକାଇଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ  

ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ସଦର ମହାକୁମା ସ୍ଥିତ ଆର.ଡି ଅଫିସକୁ ଆଜି ତାଲା ପକାଇଛି ନୂଆପଡା ଜିଲ୍ଲା ଆଦିବାସି କଲ୍ୟାଣ ସଂଘ । ଏଥିରେ ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଉପଦେଷ୍ଟା ତଥା ଜୋନ-୮ ଜିଲ୍ଲାପରିଷଦ ଭାନୁ ପ୍ରତାପ ମାଝୀ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସମ୍ପାଦକ ବାଳକୃଷ୍ଣ ଶବର, ନୂଆପଡା ବ୍ଲକ ସଭାପତି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଭକ୍ତ ବନ୍ଧୁ ଧାରୁଆ, କେରମେଲୀ ସରପଞ୍ଚ ହୀରାଲାଲ ମାଝୀ, କୋମନା ବ୍ଲକ ସଭାପତି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଜ୍ଞାନେଶ୍ୱର ମାଝୀ, ନନ୍ଦ ଲାଲ ରାଉତ ପ୍ରମୁଖ ଉପସ୍ଥିତ ଥିଲେ | ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ କହିବା ଅନୁସାରେ ନୂଆପଡା ଜିଲ୍ଲା ଏକ ଆଦିବାସୀ ଜନ ବସତି ବହୁଳ ଜିଲ୍ଲା ଅଟେ | ଅପହଞ୍ଚ ଓ ଅନୁନ୍ନତ ଗାଁ ଓ ପଂଚାୟତରେ ରାସ୍ତା ଓ ପୋଲ ନ ଥିବାରୁ ଆଦିବାସୀ ତଥା ଜନ ସାଧାରଣ ଅନେକ ଅସୁବିଧା ଯଥା ଚିକିତ୍ସା, ଶିକ୍ଷା ଭଳି ଅନେକ ମୌଳିକ ସୁବିଧା ରି ବଂଚିତ ହେଉଛନ୍ତି | ତେବେ ଜିଲ୍ଲା ରେ କେରମେଲୀ ପଂଚାୟତକୁ ଆଜି ଯାଏଁ ପକ୍କା ରାସ୍ତା ନାହିଁ, ଗତ ବର୍ଷ ବର୍ଷା ମାସରେ ଭୁଶୁଡି ପଡ଼ିଥିବା ପାୱାରତଳା ବ୍ରିଜ ଆଜି ଯାଏଁ ତିଆରି ହୋଇ ପାରିଲା ନାହିଁ | ଏଭଳି ଅନେକ ସମସ୍ୟା ପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆର.ଡି ଅଫିସରେ ତାଲା ପକାଇଛି | ଏହା ସହିତ ଯେ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆର.ଡି (ଗ୍ରାମୀଣ ଉନ୍ନୟନ) ବିଭାଗ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମସ୍ତ ଦାବୀ ଗୁଡିକୁ ପୂରଣ କରିବା ପାଇଁ ରାଜି ନ ହୁଅନ୍ତି ସେ ପର୍ଯ୍ୟନ୍ତ ତାଲା ପକାଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଉପଦେଷ୍ଟା ଶ୍ରୀ ମାଝୀ ସୂଚନା ଦେଇଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.