ପୋଷ୍ୟ ସନ୍ତାନ ଗ୍ରହଣ ସ୍ନେହ ଓ ବନ୍ଧନର ପ୍ରତୀକ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାର ସ୍ଥାନୀୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ଆଇଡିଏସ ସଂସ୍ଥା ମାଧ୍ୟମରେ ପରିଚାଳିତ ହୋଇ ଆସୁଥିବା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ କୋଲକାତା ନିବାସୀ ଜଣେ ଦମ୍ପତି ଗୋଟିଏ ସାତ ମାସର କନ୍ୟା ସନ୍ତାନକୁ ପୋଷ୍ୟ ସନ୍ତାନ ରୂପେ ଆଜି ଗ୍ରହଣ କରିଛନ୍ତି। ବିଧି ମୁତାବକ ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଉପସ୍ଥିତ ରହି ନିଜ କର କମଳରେ କନ୍ୟା ସନ୍ତାନ ଟିକୁ ଆବେଦନକାରୀ ବଙ୍ଗୀୟ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ । ଉକ୍ତ ସନ୍ତାନ ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଆଇଡିଏସ ସଂସ୍ଥାର ମୁଖ୍ୟ ଦେବେନ୍ଦ୍ର କୁମାର ବେହେରାଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁମଙ୍ଗଳ କମିଟି ଓ ଆଇଡିଏସ ସଂସ୍ଥାର ସମସ୍ତ କର୍ମୀ ଉପସ୍ଥିତ ଥିଲେ।





