ରାୟଗଡ଼ ଲିଟେରାରୀ ଆସୋସିଏସନ ମହାବିଦ୍ୟାଳୟ ସାହିତ୍ୟ ସଙ୍ଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାର୍ଷିକ ପତ୍ରିକା, ବିବରଣୀ ପତ୍ର ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ (ଶିବ ନାରାୟଣ ଗୈାଡ): ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ସଭା କକ୍ଷରେ ଲିଟେରାରୀ ଆସୋସିଏସନ ତରଫରୁ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି । କାର୍ଯ୍ୟାକ୍ରମରେ ମହାବିଦ୍ୟାଳୟ ସମ୍ପର୍କିତ ମୁଦ୍ରିତ ବିବରଣୀ ପତ୍ର ଏବଂ ବାର୍ଷିକ ପତ୍ରିକା ଅତିଥୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ମହାବିଦ୍ୟାଳୟ ଅଧକ୍ଷ ଡ. ପ୍ରସନ୍ନ କୁମାର ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟା ଲଘୁ ଉନ୍ନୟନ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିଲେ । ସମ୍ମାନିତ ଅତିଥି ରୂପେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ଅଧ୍ୟକ୍ଷା ଅନୁଷୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି , ପୌର ପାଳିକ ଅଧ୍ୟକ୍ଷ ପି. ମହେଶ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି । ଏଥିସହ ମହାବିଦ୍ୟାଳୟ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଲିଟେରାରୀ ଆସୋସିଏସନ ସହୋଯୋଗି ଅଧ୍ୟାପକ ଶ୍ରୀନିବାସ ଅଚାରୀ, ରାଜଲକ୍ଷ୍ମୀ ଦେବୀ, ଅର୍ଚ୍ଚନା ପଟ୍ଟନାୟକ, ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗ ମୁଖ୍ୟ ସୃତି ଦିପଳି ସାମଲ, ଟି. ଜ୍ୟୋତି, ସ୍ନେହଞ୍ଜଳି ପାଣ୍ଡେ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯକ୍ରମ ଶେଷରେ ଇଂରାଜୀ ବିଭାଗ ଅଧ୍ୟାପକ ରୋହିତ ପାରଭୋଇ ସଭାରେ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ସମେତ ସହରର ବିଶିଷ୍ଟ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.