ଗୁଡ଼ହାଣ୍ଡି ଡୋକରୀଚଞ୍ଚରାରେ ଚନ୍ଦନ ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତକୁ ଲାଗି ରହିଥିବା ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ମଧୁମାଧବ ତୀର୍ଥ କ୍ଷେତ୍ର ଗୁଡହାଣ୍ଡି ଡୋକରୀ ଚଞ୍ଚରା ଠାରେ ରାଧାମାଧବଙ୍କ ଚନ୍ଦନ ଯାତ୍ରା ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି । କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଚନ୍ଦନ ଯାତ୍ରାରେ ଶ୍ରୀରାମ ମନ୍ଦିର ପୂଜକ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ରାଧାମାଧବଙ୍କ ଅପୂର୍ବ ମିଳନକୁ ଦର୍ଶନ କରି ଭକ୍ତଙ୍କ ଇଛା ପୂରଣ ନିମନ୍ତେ ପ୍ରଭୁ ରାଧାମାଧବଙ୍କୁ ପୁଣ୍ୟକୁଣ୍ଡରେ ଜଳ କ୍ରୀଡା କରେଇଥିଲେ । ଏହି ଅବସରରେ ମନ୍ଦିର ବେଢାରେ ଅଷ୍ଟ ପ୍ରହର ନାମଯଜ୍ଞ ଆୟୋଜିତ ହୋଇ ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା । କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲଙ୍କ ସମେତ ସମସ୍ତ ସମିତି ସଭ୍ୟ ସଭ୍ୟା, ସରପଞ୍ଚ, ଲୋକପ୍ରତିନିଧି ଓ ଶହସ୍ରାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ସମସ୍ତ ଶ୍ରଦ୍ଧାଳୁ, ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ରହିଥିଲା । ଗୁଡହାଣ୍ଡି ଡୋକରୀ ଚଞ୍ଚରା ଉନ୍ନୟନ କମିଟିର ସଭାପତି ଭଦ୍ରେଶ୍ବର ପାତ୍ର, ସହ ସମ୍ପାଦକ ଘନଶ୍ୟାମ ନାଏକ, ଉପସଭାପତି ଅଇରୀ ନାଶନ ଚିନ୍ଦା, ଦୁଷ୍ମନ୍ତ ପଟ୍ଟଯୋଶୀ, ନିଲାମ୍ବର ନାଏକ, ସୁରେଶ ଅଗ୍ରୱାଲ, ସଞ୍ଜୟ ସିଙ୍ଗଲ, ସନୁ ଅଗ୍ରୱାଲ, ଅରୁଣ ଗୋୟଲ, ରାଜେଶ କୁମାର ଅଗ୍ରୱାଲ, ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.