ରିଷିଡା ଗ୍ରାମ ଉନ୍ନୟନ କମିଟିର କାର୍ଯ୍ୟାଳୟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଆଜି ରିଷିଡା ଦୁର୍ଗାମଣ୍ଡପ ନିକଟରେ ରିଷିଡାର ସର୍ବୋଚ୍ଚ ବେସରକାରୀ ଅନୁଷ୍ଠାନ ଗ୍ରାମ ଉନ୍ନୟନ କମିଟିର କାର୍ଯ୍ୟାଳୟ ଉଦଘାଟିତ ହୋଇଛି l ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସେବତୀ ରଣା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରି ଗ୍ରାମର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ସଭାପତି ନନ୍ଦକିଶୋର ରଣାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମ୍ପାଦକ ନରୋତ୍ତମ ସେଲମା, ସହ ସମ୍ପାଦକ ଲଷ୍ମୀପ୍ରସାଦ ସେଠ, ପୂର୍ବତନ ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ, ସଞ୍ଜୟ ଜୈନ, ତ୍ରିଶଙ୍କ ରଣା, ରଞ୍ଜନ ନାଏକ, ସୁଶାନ୍ତ ମଲ୍ଲିକ ପ୍ରମୁଖ ଯୋଗଦେଇ କାର୍ଯ୍ୟାଳୟର ନିହାତି ଆବଶ୍ୟକ ଥିଲା ଓ ଏଠାରେ ଗ୍ରାମର ବିକାଶ ନେଇ ବିଭିନ୍ନ ବର୍ଗର ଲୋକେ ଏକତ୍ରିତ ହୋଇ ଆଲୋଚନା କରିପାରିବେ ବୋଲି ପ୍ରକାଶ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.