୩ ଗୋଟି ପଞ୍ଚାୟତର ଚାଷୀଙ୍କୁ ନେଇ ସମ୍ମିଳନୀ ଓ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ବ୍ଲକ ଟିକ୍ରାପଡା ଠାରେ ଭାରତୀୟ କିସାନ ସଂଘ ଆନୁକୂଲ୍ୟରେ ଟିକ୍ରାପଡା, ଜୁ୍ରାବନ୍ଧ ଓ ଝିଙ୍କିଡୁଙ୍ଗୁରି ୩ ଗୋଟି ପଞ୍ଚାୟତର ଚାଷୀଙ୍କୁ ନେଇ ଏକ ବିରାଟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ସଭା ପୂର୍ବରୁ ଚାଷୀମାନେ ଏକ ଶୋଭାଯାତ୍ରାରେ ଚାଷୀ ଏକତା ସମ୍ବନ୍ଧୀୟ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା ଓ ଶୋଭାଯାତ୍ରା କରିବା ପରେ ଚାଷୀ ସମ୍ମିଳନୀ ଆରମ୍ଭ ହୋଇଥିଲା | ସଭାରେ ବାଳକୃଷ୍ଣ ପଧାନ ଅଧ୍ୟକ୍ଷତା କରିଥିବା ବେଳେ ସୁରେଶ ଦନ୍ତା ସଭାକୁ ସଂଯୋଜନା କରିଥିଲେ | ଉକ୍ତ ସଭାରେ ଭାରତୀୟ କିସାନ ସଂଘ ଜିଲ୍ଲା କମିଟି ସଦସ୍ୟ ତଥା ବିଶିଷ୍ଟ ଚାଷୀନେତା ମୋହନ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ | ଏହି ଅବସରରେ ଚାଷୀନେତା ଶ୍ରୀ ନାଏକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ସଭାରେ ଅନ୍ୟ ଚାଷୀମାନଙ୍କ ମଧ୍ୟରେ କଳାକର ଧରୁଆ, ଅପରାଧୀ ଘିଭେଲା, ଶ୍ୟାମ ମହାକୁର, ଲଳିତ ମଲ୍ଲିକ, ରାମେଶ୍ୱର ରାଜପଲିଆ, ଗୌର ବୁଡ଼େକ ପ୍ରମୁଖ ଚାଷୀମାନଙ୍କ ସମସ୍ୟା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ଏହା ସହିତ କିସାନ ସଂଘରେ ଅଞ୍ଚଳର ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିପାରିଲେ ସଂଗଠନକୁ ଆହୁରି ମଜବୁତ ହେବା ସହ ଚାଷୀଙ୍କ ସମସ୍ୟା ଦୂରୀଭୂତ ହୋଇପାରିବ ବୋଲି ସଭାରେ ମତପୋଷଣ କରିଥିଲେ | ଶେଷରେ କେଶବ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ | ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଚାଷୀ କୁନୁ ମିର୍ଦ୍ଧା, ରାମଧାରୀ କଲେତ, ନାରଙ୍ଗ ସେଠିଆ, ଶ୍ୟାମ କଲେତ, ଅକ୍ଷୟ ଧରୁଆ, କେଶବ ବଗର୍ତ୍ତୀ, ନୀଳମଣି ନିଆଲ, ଜନ ଧରୁଆ, ମୁରଲୀ ଭୁଏ ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ସଭାରେ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.