ଖଲ୍ଲିକୋଟ ପ୍ରେସ କ୍ଲବର କର୍ମକର୍ତ୍ତା ଚୟନ

ଅଶୋକ କୁମାର ତ୍ରିପାଠୀ ସଭାପତି, ସିଲୁ ବିଶ୍ବାଳ ସଂପାଦକ

ଓଡ଼ିଆ ବାର୍ତ୍ତା /ଖଲ୍ଲିକୋଟ (ମାଧବ ବେହେରା): ସୋମବାର ଦିନ ଖଲ୍ଲିକୋଟ ପ୍ରେସ କ୍ଲବର ଏକ ବୈଠକ ସ୍ଥାନୀୟ ରାମ ମନ୍ଦିର ପରିସରରେ ଉପଦେଷ୍ଟା ମାଧବ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ବୈଠକରେ ସଂଘର କର୍ମକର୍ତ୍ତା ଚୟନ କରାଯାଇ ଅଶୋକ କୁମାର ତ୍ରିପାଠୀଙ୍କୁ ପୁନଃ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଅଶ୍ୱିନ କୁମାର ମହାନ୍ତି, ସମ୍ପାଦକ ଭାବେ ସିଲୁ ବିଶ୍ୱାଳ, କୋଷାଧ୍ୟକ୍ଷ ଭାବେ ଡାକ୍ତର ଅଜିତ କୁମାର ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା l ସଂଘର ଉପଦେଷ୍ଟା ଭାବେ ମାଧବ ବେହେରା, ସୁନୀଲ କୁମାର ମହାପାତ୍ର, ପ୍ରିୟରଞ୍ଜନ ପଣ୍ଡା, ବିଭୁତି ଭୂଷଣ ତ୍ରିପାଠୀଙ୍କୁ ଚୟନ କରାଯାଇଥିଲା l ବୈଠକରେ କାର୍ତ୍ତିକ ପ୍ରଧାନ, ସୁଶୀଲ ଲେଙ୍କା ଗଣେଶ ମଲ୍ଲିକ, ଦୀପକ ରଣା ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ l ଖଲ୍ଲିକୋଟର ସାମଗ୍ରିକ ବିକାଶ ପାଇଁ ସଂଘ ପ୍ରତିବଦ୍ଧତା ରକ୍ଷାକରି ଆସିବା ସହ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ରେଳ ସାଙ୍ଗକୁ ଖଲ୍ଲିକୋଟକୁ ରାଜସ୍ବ ଉପଖଣ୍ଡ ପାଇଁ ଲଢେଇ ଜାରି ରଖିବା ସହ ଲୋକଙ୍କ ସାମାଜିକ ଓ ମୌଳିକ ସମସ୍ୟାକୁ ନେଇ ଲଢେଇ ଜାରି ରଖାଯିବ ବୋଲି ସର୍ବସମ୍ମତ ମତ ପ୍ରକାଶ ପାଇଥିଲା l 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.