ଆସନ୍ତା ୧୯ରେ ମୁକ୍ତିଲାଭ କରିବ ‘ପଡିଗଲି ତୋ ପ୍ରେମରେ’ ଓଡିଆ ପିଲ୍ମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆସନ୍ତା ମେ’୧୯ତାରିଖରେ ଓଡିଆ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ମା ସର୍ବ ମଙ୍ଗଳା ପ୍ରୋଡୁକ୍ସନ ହାଉସ ଦ୍ୱାରା ନିର୍ମିତ ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ପଡିଗଲି ତୋ ପ୍ରେମରେ’ । ଓଡିଶାର ୨୪ଟି ସିନେମା ହଲରେ ପ୍ରଥମ ପର୍ଯ୍ୟାୟରେ ମୁକ୍ତିଲାଭ କରିବ ଏହି ଓଡିଆ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ରାୟଗଡା ଜିଲ୍ଳାର ସମସ୍ତ ନୂଆ କଳାକାରଙ୍କ ସମେତ ଜୟପୁର ଏବଂ ଭୁବନେଶ୍ୱରର କିଛି କଳାକାରଙ୍କୁ ନେଇ ତିଆରି ହୋଇଛି ପିଲ୍ମ ।

ଆଉ ଏହି ଫିଲ୍ମର ଅଫିସିଆଲ୍ ଟ୍ରେଲେର ରିଲିଜ କରାଯାଇଥିବା ବେଳେ ଫିଲ୍ମର ସଫଳତା ଆଶା କରି ପୁରା ଟିମ୍ ଉତ୍ସାହିତ ଅଛନ୍ତି । ରାୟଗଡା ସହରସ୍ଥିତ ହୋଟେଲ ତେଜସ୍ୱୀ ଠାରେ ‘ପଡିଗଲି ତୋ ପ୍ରେମରେ’ଓଡିଆ ଫିଲ୍ମର ଅଫିସିଆଲ ଟ୍ରେଲର ରିଲିଜ କରାଯାଇଥିଲା । ଏହି ଫିଲ୍ମରେ ଷ୍ଟୋରୀ, ସ୍କ୍ରିନପ୍ଳେ, କୋରିୟୋଗ୍ରାଫର, ପ୍ରୟୋଜକ ତଥା ମୁଖ୍ୟ ଅଭିନେତା ଭୂମିକାରେ ଅଭିନୟ କରିଥିବା ଅଭିନେତା ଚିରଂଜୀବି ବେହେରା ଉପସ୍ଥିତ ରହି ଚଳଚ୍ଚିତ୍ରର କାହାଣୀ ବିଷୟରେ ସୂଚନା ପ୍ରଦାନ କରିଥିଲେ । ତିନି କୋଣିଆ ପ୍ରେମ କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି ।

ଏଥିରେ ଓଡିଶାର ପ୍ରସିଦ୍ଧ ଗାୟକଗାୟିକା ହ୍ୟୁମନ ସାଗର, ସ୍ୱଂୟପ୍ରଭାସ ପାଢୀ, ଅସୀମା ପଣ୍ଡା, ଦୀପ୍ତିରେଖା ପାଢୀ ଓ ଅମ୍ରିତା ନାୟକ ପ୍ରମୁଖ ୪ଟି ଗୀତ ପାଇଁ କଣ୍ଠଦାନ କରିଛନ୍ତି । ଫିଲ୍ମରେ ରାୟଗଡା ଜିଲ୍ଳାର ବିଭିନ୍ନ ଆର୍କଷଣ ସ୍ଥାନଗୁଡିକରେ ସୁଟିଂ ହୋଇଥିବା ବେଳେ ଅଭିନେତ୍ରୀ ଆର୍ଚି ପ୍ରଧାନ, ଅଭତାର ସିଂ, ରିଙ୍କୁ ରାଜଗୁରୁ, ମହମ୍ମଦ ବବଲୁ, ଟୁନା ଟନଟନ୍‌, କାଳୀଚରଣ ରଥ, ମୋନାଲିସା ମିଶ୍ର, ତନଭି ଅଗ୍ରୱାଲ ଭଳି ନୂଆ କଳାକାରଙ୍କୁ ସୁଯୋଗ ଦିଆଯାଇଛି । ସମସ୍ତ କଳାକାର ନିଜର ଭୂମିକା ବହୁତ ସୁନ୍ଦର ଭାବେ ପ୍ରତିପାଦନ କରିଥିବା ପ୍ରୟୋଜକ ତଥା ଅଭିନେତା ଚିରଂଜୀବି ପ୍ରକାଶ କରିଥିଲେ ।

ସେହିପରି ୟଶବର୍ମା ପଣ୍ଡା ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତ ପ୍ରସାଦ ପାଣିଗ୍ରାହୀ ଡାଇଲଗ, ଶ୍ରୀନିବାସ ହିମିରିକା ଫାଇଟ ମାଷ୍ଟର ଏବଂ ସୈାଭାଗ୍ୟ କୁମାର ସାମଲ ଫିଲ୍ମରେ ମ୍ୟିୁଜିକ୍ ପ୍ରଦାନ କରିଛନ୍ତି । ଫିଲ୍ମରେ ଡ. ନିର୍ମଳ ନାୟକ ଏବଂ ଅରୁଣ କୁମାର ମନ୍ତ୍ରୀ ଗୀତ ଲେଖିଥିବା ବେଳେ ଭୁବନେଶ୍ୱରର ସୃଜନ୍ ପିଲ୍ମ ଏହାର ପୋଷ୍ଟ ପ୍ରୋଡୁକ୍ସନ କରିଥିବା ବେଳେ ଅରୁଣ କୁମାର ପାଢୀ ଏଡିଟର ରହିଛନ୍ତି । ତେବେ ଆସନ୍ତା ୧୯ରେ ଏହି ଚଳଚ୍ଚିତ୍ର ଓଡିଶାର ୨୪ଟି ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଥିବାରୁ ସମସ୍ତ ଦର୍ଶକମାନେ ସିନେମା ହଲକୁ ଯାଇ ଦେଖିବାକୁ ଟିମ୍ ପକ୍ଷରୁ ନିବେଦନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.