ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କଲେ ଡ଼. ଭବାନୀ ଶଙ୍କର ନିଆଲ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କର୍ଲାପଡ଼ା ଗ୍ରାମପଞ୍ଚାୟତର ହଳଦୀଗଡ଼ ଗହୀର ପଡ଼ା ପୂଜା କମିଟି ଆନୁକୂଲ୍ୟରେ ଆୟୋଜିତ ହୋଇଛି ଷୋହଳ ପ୍ରହରୀ ନାମଯଜ୍ଞ । ଏହି ଅବସରରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଛନ୍ତି ଆନ୍ତର୍ଜାତୀୟ ଖ୍ୟାତନାମ କବି ଡ଼. ଭବାନୀ ଶଙ୍କର ନିଆଲ । ଏହି କାର୍ଯ୍ୟକ୍ରମରେ ପୂଜାକମିଟିର ସଭାପତି ଈଶ୍ୱର ଗହୀର, ଉପସଭାପତି ଶଙ୍କର ଭାଟି, କୋଷାଧ୍ୟକ ପୁଷ୍ପରାଜ ଗହୀର, ସରପଞ୍ଚ, ଦିବାନ ଗହୀର, ମୁରଲୀ ଧର ଭାଟି, ଲୋଚନ ଭାଟି, ରଞ୍ଜନ ବାଗ, ଖିରାବଦୀ ଭାଟି ଏବଂ ପୂଜା କର୍ତ୍ତା ଅଙ୍ଗିରା ଗହୀର, ଅଇଁଲା ଗହୀରଙ୍କ ସମେତ ଶାନ୍ତି ସ୍ୱରୂପ ପଣ୍ଡା ଓ ଅଞ୍ଚଳବାସୀ ପ୍ରମୁଖ ଉପସ୍ଥିତ ଥିଲେ ।