ରାଷ୍ଟ୍ରୀୟ କବି ସଙ୍ଗମ ଓଡ଼ିଶାର ତୃତୀୟ ପ୍ରାନ୍ତୀୟ ଅଧିବେଶନ ଓ ଅଖିଳ ଭାରତୀୟ କବି ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ରାଷ୍ଟ୍ରୀୟ ଚେତନାକୁ ସମଗ୍ର ବିଶ୍ୱରେ ବ୍ଯପ୍ତ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ କବି ସଙ୍ଗମ ସବୁବେଳେ କାର୍ଯ୍ୟ କରୁଛି। ‘ରାଷ୍ଟ୍ର ଜାଗରଣ ଧର୍ମ ଆମର’ ନାରା ଦେଇ କବିତା ମାଧ୍ୟମରେ ଲୋକଙ୍କ ମଧ୍ୟରେ ରାଷ୍ଟ୍ରପ୍ରୀତି ସୃଷ୍ଟି କରୁଛି। ରାଷ୍ଟ୍ରୀୟ କବି ସଙ୍ଗମ ଓଡିଶା ପ୍ରାନ୍ତ ତାର ତୃତୀୟ ଅଧିବେଶନ ଓ ଅଖିଳ ଭାରତୀୟ କବି ସମ୍ମିଳନୀ ଅନୁଷ୍ଠିତ ହେଇଛି। ଏହି କାର୍ଯ୍ୟକ୍ରମ ଦୁଇଟି ଚରଣରେ ହେଇଛି। ପ୍ରଥମ ଚରଣ ପ୍ରାନ୍ତୀୟ ଅଧିବେଶନ ତେରାପନ୍ଥ ଭବନରେ ଅନୁଷ୍ଠିତ ହେଇଛି। ଏଥିରେ ଅତିଥି ଭାବରେ ରାଷ୍ଟ୍ରୀୟ କବି ସଙ୍ଗମର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଜଗଦୀଶ ମିତ୍ତଲ, ମହାମନ୍ତ୍ରୀ ଅଶୋକ ବତ୍ରା, ସହ ମହାମନ୍ତ୍ରୀ ମହେଶ କୁମାର ଶର୍ମା, ପ୍ରାନ୍ତୀୟ ଅଧ୍ୟକ୍ଷ ନଥମଲ ଚନାନୀ, ସଂରକ୍ଷକ ଅଜୟ ଅଗ୍ରୱାଲ, ଗଜାନନ୍ଦ ଶର୍ମା, ପ୍ରାନ୍ତୀୟ ମନ୍ତ୍ରୀ ଆଶୁତୋଷ ପାତ୍ର, ପ୍ରାନ୍ତୀୟ ପ୍ରଭାରୀ ସାକ୍ଷୀଗୋପାଳ ପଣ୍ଡା, ପ୍ରାନ୍ତୀୟ ମହାମନ୍ତ୍ରୀ ପୁଷ୍ପା ସିଂଘୀ ଉପସ୍ଥିତ ଥିଲେ। ସଂଗଠନ ମନ୍ତ୍ରୀ ରୋହିତ ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିବା ବେଳେ ବିଭିନ୍ନ ଜିଲ୍ଲାରୁ ଆସିଥିବା କବିମାନଙ୍କ ଦ୍ବାରା କବିତା ପାଠ ହୋଇଥିଲା। କବିତା ସବୁକୁ ସଂଯୋଜନା କରିଥିଲେ ବିକ୍ରମାଦିତ୍ୟ ସିଂ ଓ ସବ୍ୟସାଚୀ ବିଷୋୟୀ। ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଗଠକ ମାନେ ନିଜ ନିଜ ମତାମତ ରଖିଥିଲେ। ଶେଷରେ ଅନିତା ଭବସିଂଗକା ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ଚରଣରେ ଓଡିଶା ରାଜଭବନର ସଭାଗୃହରେ ଅଖିଳ ଭାରତୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗ ଦେଇଥିଲେ। ପ୍ରାନ୍ତୀୟ ଅଧ୍ୟକ୍ଷ ନଥମଲ ଚନାନୀ ସ୍ବାଗତ ଭାଷଣ ଦେଇଥିବାବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗଦୀଶ ମିତ୍ତଲ, ମହାମନ୍ତ୍ରୀ ଅଶୋକ ବତ୍ରା ବକ୍ତବ୍ୟ ରଖିଥିଲେ। ଅତିଥି ଭାବରେ ସହ ମହାମନ୍ତ୍ରୀ ମହେଶ କୁମାର ଶର୍ମା, ପି ଡି ଗର୍ଗ, ସଂରକ୍ଷକ ଅଜୟ ଅଗ୍ରୱାଲ, ଗଜାନନ୍ଦ ଶର୍ମା, ପ୍ରାନ୍ତୀୟ ପରାମର୍ଶଦାତା ପ୍ରକାଶ ବେତାଲା ଯୋଗଦେଇଥିବା ବେଳେ ପ୍ରାନ୍ତୀୟ ମହାମନ୍ତ୍ରୀ ପୁଷ୍ପା ସିଂଘୀ ମଞ୍ଚ ପରିଚାଳନା କରିଥିଲେ। ସଂଗଠନରେ ନିଜ ଯୋଗଦାନ ହେତୁ ୬ ଜଣ କାର୍ଯ୍ଯକର୍ତ୍ତାଙ୍କ ସହ ବିଭିନ୍ନ ବର୍ଗର ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମହାମହିମ ରାଜ୍ୟପାଳ। କବି ସମ୍ମିଳନୀକୁ ଅଶୋକ ବତ୍ରା ସଂଚାଳନ କରିଥିବା ବେଳେ କବିତା ପାଠ କରିଥିଲେ ଅର୍ଜୁନ ସିସୋଦିଆ, ସାକ୍ଷୀଗୋପାଳ ପଣ୍ଡା, ରଞ୍ଜନ ମହୁରିଆ, ଅର୍ସନା ଅଗ୍ରୱାଲ, ଶୁଭଶ୍ରୀ ମହାରଣା, ଆଶିଷ ବିଦ୍ଯାର୍ଥି ଓ ଅନ୍ୟମାନେ କବିତା ପାଠ କରିଥିଲେ। ପ୍ରାନ୍ତୀୟ ମିଡିଆ ପ୍ରମୁଖ ସବ୍ୟସାଚୀ ବିଷୋୟୀ ଧନ୍ୟବାଦ ଦେଇଥିଲେ, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଧିରଜ ଅଗ୍ରୱାଲ, ମୟଙ୍କ ଅଗ୍ରୱାଲ, ରୋହିତ ଅଗ୍ରୱାଲ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.