ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ପକ୍ଷରୁ ୧୬୬ତମ ଏକପଦୀ ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି ଦେବେନ୍ଦ୍ର କୁମାର ନାଏକ, ବଡ଼ଭାଇ ବିଶ୍ବେଶ୍ବର ମାଝୀ, ସମ୍ପାଦିକା ପ୍ରଣତି ମହାପାତ୍ର ତଥା ବିନୋଦିନୀ ଦାଶ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି ସମସ୍ତଙ୍କୁ ସ୍ବାଗତ ଶୁଭେଚ୍ଛା ଜଣାଇବା ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସାହିତ୍ୟିକ କବି ବନ୍ଧୁ ପରିବାରର ସମ୍ପାଦନା ମଣ୍ଡଳୀର ନିଷ୍ପତ୍ତି କ୍ରମେ ଜୁଲାଇ ମାସରେ ପରିବାରର ଉପଦେଷ୍ଟା ବିନୋଦିନୀ ଦାଶଙ୍କ ପ୍ରସ୍ତାବ ସହ ସମ୍ପାଦନା ମଣ୍ଡଳୀଙ୍କ ଶେଷ ନିଷ୍ପତ୍ତିରେ “ଲଗାଇବା ଗଛଟିଏ” ବିଷୟ ଆଧାରିତ ଏକପଦୀ ଆରମ୍ଭ ହୋଇଥିଲା। ୩୦୦ ରୁ ଉର୍ଦ୍ଧ ଏକପଦୀ ଉକ୍ତ ବିଷୟ ଉପରେ ସତୀର୍ଥ ସାରସ୍ୱତ ପ୍ରେମୀ ଉପସ୍ଥାପନ କରିଥିଲେ। ବୃକ୍ଷ ରୋପଣ ନିମନ୍ତେ ପ୍ରତ୍ୟେକ ସୃଷ୍ଟିରେ ଆହ୍ବାନ ଦେବା ସହିତ ଏହି କାର୍ଯ୍ୟକୁ ପାଳନ କରିବା ପାଇଁ ନିଜ ନିଜର ସୃଷ୍ଟିରେ କହିଥିଲେ। ଏହି ଏକପଦୀ ଆସରରେ ପ୍ରତିମା ଶତପଥୀ ଯାଜପୁର, ବିନୋଦିନୀ ଦାଶ ଯାଜପୁର, ବିଶ୍ବେଶ୍ବର ମାଝୀ ଭୁବନେଶ୍ୱର, ରମାକାନ୍ତ ସ୍ବାଇଁ କଟକ, ବିଷ୍ଣୁପ୍ରିୟା ପଣ୍ଡା କଟକ, ପ୍ରଫୁଲ୍ଲ କୁମାର ଦାସ ଆମେରିକା, ପ୍ରଣତି ମହାପାତ୍ର ବାଲେଶ୍ଵର, ଅର୍ଜୁନ କୁମାର ସାମଲ ଜଗତସିଂହପୁର, ବିପିନ ବିହାରୀ ବାରିକ ବାଲେଶ୍ଵର, ପ୍ରିୟମ୍ବଦା ସାମଲ ଭୁବନେଶ୍ୱର, ଅଜୟ କୁମାର ବେହେରା ମୟୂରଭଞ୍ଜ, ରତିନାରାୟଣ ରାଉତ କେନ୍ଦୁଝର, ବିଦ୍ୟୁତପ୍ରଭା ମିଶ୍ର ଯାଜପୁର, ଅର୍ଜୁନୀ ଚରଣ ବେହେରା ଭୁବନେଶ୍ୱର, ରୀତା ଅପରାଜିତା ମହାନ୍ତି ଭୁବନେଶ୍ୱର, ପ୍ରଶାନ୍ତ କୁମାର ରାଉଳ ବାଲେଶ୍ଵର, କୁଳମଣି ବାରିକ କଟକ, ତରୁଣ କୁମାର ମିଶ୍ର ଭୁବନେଶ୍ୱର, ହେମନ୍ତ କୁମାର ସାହୁ କଟକ, ଗୀତାଞ୍ଜଳି ମହାପାତ୍ର ଖୋର୍ଦ୍ଧା, ବନଲକ୍ଷ୍ମୀ ମହାନ୍ତି କେନ୍ଦ୍ରାପଡା, ନର୍ମଦା ନାୟକ ରାଉରକେଲା, ଦେବେନ୍ଦ୍ର କୁମାର ନାଏକ ବଲାଙ୍ଗୀର, ପ୍ରତାପ ଚନ୍ଦ୍ର ମିଶ୍ର ଗଞ୍ଜାମ, ସମ୍ଭୁନାଥ ସେଠୀ ଇତ୍ୟାଦି ସତୀର୍ଥ ସାରସ୍ୱତ ସାଧକସାଧିକା ବୃନ୍ଦ ନିଜ ନିଜ ଶୈଳୀରେ ଏକପଦୀ ମାଧ୍ୟମରେ କଲମ ଚାଳନା କରି ବୃକ୍ଷ ରୋପଣର ଉପକାରୀତା, ଆବଶ୍ୟକତା ଉପରେ ବର୍ଣ୍ଣନା କରି ସଚେତନତା ସୃଷ୍ଟି କରିଥିଲେ। ବିଶେଷତ୍ୱ ଏହା ଥିଲା କି ଉକ୍ତ କାର୍ଯ୍ୟକ୍ରମରେ ସମସ୍ତେ ସମସ୍ତଙ୍କୁ ପଢି ଗଠନମୂଳକ ମତାମତ ସହ ଉତ୍ସାହିତ କରିଥିଲେ। ଆସରର ଅନ୍ତିମ ପର୍ଯ୍ୟାୟରେ ରୀତା ଅପରାଜିତା ମହାନ୍ତି ଧନ୍ୟବାଦ ଅର୍ପଣ କରିବା ସହ ରତିନାରାୟଣ ରାଉତ ଜନକଲ୍ୟାଣ ମନ୍ତ୍ର ଧ୍ବନି ପୂର୍ବକ ଆସର ସାଙ୍ଗ କରିଥିଲେ।

 
                                        
 
 
        
 
 
         
 
         
 
        

