ଯାଦବ ସବ୍ୟସାଚୀ ଥପାଙ୍କ କବିତା : ଅଯୋଗ୍ୟ ସନ୍ତାନ

ପିତା ମାତା ଆମ ପ୍ରଥମ ଗୁରୁ

ପାଦେ ତାଙ୍କ କୋଟି ଜୁହାର,

ପ୍ରଥମ ଶବ୍ଦ ଉଚ୍ଚାରଣ ଶିଖୁଁ

ପାଦ ଚଲା ଶ୍ରମେ ଯାହାର ।

ପିତାମାତା ମୋ ପ୍ରଥମ ଦେବତା

ପୟରେ ଆଶିଷ ବିହାର,

ପାଇ ଜୀବଦାନ ଦୁନିଆ ଦେଖିଲୁ

ପୂରଣ କି ଋଣ ତାଙ୍କର ।

ପରାନ୍ତ ସଂଚାର ମାତୃ ଗର୍ଭେ କଷ୍ଟ

ପୂର୍ଣ ନଅ ମାସ ପ୍ରଦାନ,

ପ୍ରସବ ବେଦନା ଠାରୁ ଆଉ ନାହିଁ

ପୃଥିବୀରେ କିଛି କଷଣ ।

ପାଏ ବେଶି କଷ୍ଟ ଯେ ହୁଏ ବଂଚିତ

ପୁତ୍ର ସେବା ବୃଦ୍ଧ କାଳେ

ପରମ ଅଯୋଗ୍ୟ ଅଟେ ସେ ସନ୍ତାନ

ପତିତ ତମ ମହୀତଳେ ।

ପତ୍ନୀ,ପୁତ୍ର ପାଇ ଭୁଲିଯାଏ ଯିଏ

ପ୍ରଶ୍ନ ଏତେ ତାଙ୍କୁ ମୋହର,

ପୁତ୍ର ଲବ୍ଧ ଶିକ୍ଷା ପ୍ରୟୋଗ କରିବ

ପରେ ଦୋଷ ହେବ କାହାର ?

 

ଯାଦବ ସବ୍ୟସାଚୀ ଥପା

ସହକାରୀ ଶିକ୍ଷକ

ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ମାଣ୍ଡେଲ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.