କବିତା : ମୋ ମାଆ


ମୋ ମାଆ ପରି କିଏ ସେ ହେବ
ସେନେହମୟୀ ସେ ମମତାମୟୀ
ସବୁବେଳେ ଦିଏ ସେନେହେ ଛୁଇଁ ।
ନିଜେ ନ ଖାଇ ଖୁଆଇଦିଏ
ନିଜେ ନଶୋଇ ଶୁଆଇଦିଏ
ରହିଥାଏ ସଦା ମୋ ବାଟକୁ ଚାହିଁ ମୋ ମାଆ ମମତାମୟୀ।

ତାର ହାତଧରି ମୁଁ ଚାଲି ଶିଖିଛି
ତାର କୋଳରେ କେତେ ଝୁଲିଛି
ଦୁଃଖବେଳେ ପାଶେ ବସି ଦିଏ ଆଉଁସି
ମନପସନ୍ଦର ରାନ୍ଧି ଦିଏ ପରସି ।
ମୋ ମାଆ ଦୁନିଆରେ ଅଟେ ନିଆରା
ମୋ ଜୀବନେ ଆଣିଅଛି ଖୁସି ପସରା
ପ୍ରଭୂଙ୍କ ପାଖେ ବିନତି ବାରବାର
ସବୁ ଜନମରେ ମିଳୁ ଏ ମାଆ ମୋର
ଝୁରୁଥିବି ତା କୋଳକୁ ଚାହିଁ
ସେ ସେନେହମୟୀ ମମତାମୟୀ।

ଆଶୁତୋଷ କୁମାର ବେହେରା

ଷଷ୍ଠ ଶ୍ରେଣୀ
ଆଦର୍ଶ ବିଦ୍ୟାଳୟ ରେଗେଡା, କଳାହାଣ୍ଡି
ମାର୍ଫତ୍ : ଡକ୍ଟର ଅଜିତ କୁମାର ବେହେରା
କୁଶୁର୍ଲା, କଳାହାଣ୍ଡି

Click here to get daily News  & Views update 👇

https://bit.ly/OBgroup3

Like us on Facebook👇

http://facebook.com/odiabarta