ବିଭିନ୍ନ ଦାବି ନେଇ ୩୬ଜଣ ଅନ୍ତେବାସୀ ହଷ୍ଟେଲ ଛାଡିଲେ

ହଷ୍ଟେଲରେ ଥିବା ଶୈାଚାଳୟର ମରାମତି ସାଙ୍ଗକୁ କମ୍ପ୍ୟୁଟର ଶିକ୍ଷକଙ୍କ ବଦଳି କଲେ ଦାବି

ରାୟଗଡ,୧୦/୯ : ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ରାୟଗଡ ଜିଲ୍ଳାର ବିଭିନ୍ନ ହଷ୍ଟେଲଗୁଡିକରେ ଅନ୍ତେବାସୀ ଭାବେ ରହି ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧ କରାଉଥିବା ବେଳେ ବିଭାଗୀୟ ଅଧିକାରୀ ଓ ବିଦ୍ୟାଳୟ କର୍ତୁପକ୍ଷଙ୍କ ଅବହେଳା ଯୋଗୁଁ ଅନେକାଂଶ ହଷ୍ଟେଲଗୁଡିକର ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଆସୁଛି । ତେବେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜ ରାୟଗଡ ଜିଲ୍ଳାରେ ହିଁ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଶ୍ୟ ପରିଲିକ୍ଷିତ ହେଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡ ଜିଲ୍ଳାରୁ ମନ୍ତ୍ରୀ ଶ୍ରୀ ସାରକା ହୋଇଥିବାରୁ ବିଭାଗୀୟ ଅଧିକାରୀମାନେ ନିଜର ମନମୁଖୀ କାର୍ଯ୍ୟକଳାପ କରୁଥିବାରୁ ଏପରି ସମସ୍ୟାଗୁଡିକ ମୁଣ୍ଡ ଟେକିଛି । ହଷ୍ଟେଲରେ ଥିବା ଶୈାଚାଳୟଗୁଡିକ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବାରୁ ଏହାର ମରାମତି ନେଇ ବିଦ୍ୟାଳୟର କର୍ତୁପକ୍ଷ ଓ ହଷ୍ଟେଲର ୱାର୍ଡନଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଛାତ୍ରମାନଙ୍କ ଅଭିଯୋଗକୁ କର୍ଣ୍ଣପାତ ନ କରି ଚୁପ ବସିଥିବା ଅଧିକାରୀମାନଙ୍କ ହାତରେ ଆଉ କିଛି ହେବ ନାହିଁ ବୋଲି ହୃଦୟଙ୍ଗମ କରି ରାୟଗଡ ଜିଲ୍ଳା ସଦର ବ୍ଳକ ଗାଜିଗାଁ ପଂଚାୟତର ବିଲେଶୁ, ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ୩୬ଜଣ ଛାତ୍ର ହଷ୍ଟେଲରୁ ବାହାରି ମଙ୍ଗଳବାର ଦିନ ରାୟଗଡ ଜିଲ୍ଳାପାଳଙ୍କୁ ଭେଟିବା ପାଇଁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ତେବେ ଜିଲ୍ଳା ମୁଖ୍ୟ ଜିଲ୍ଳାପାଳଙ୍କ କାନରେ ଛାତ୍ରମାନଙ୍କ ଅଭିଯୋଗ ପଂହଚିବା ପୂର୍ବରୁ ହିଁ ଜିଲ୍ଳା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ପ୍ରଶାସକ ଟୁକୁ ବାରିକ, ସହକାରୀ ଯନ୍ତ୍ରୀ ସରୋଜ ଭୂଷଣ ପାଣିଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଛାତ୍ରମାନଙ୍କୁ ଆସନ୍ତା ୨୪ଘଂଟା ମଧ୍ୟରେ ସେମାନଙ୍କ ଦାବିକୁ ପୂରଣ କରାଯିବାର ପ୍ରତିଶୃତି ଦେଇ ସମସ୍ତଙ୍କୁ ବିଭାଗୀୟ ଗାଡି ଓ ଅଟୋରିକ୍ସା ଯୋଗେ ହଷ୍ଟେଲକୁ ପଠେଇ ଦେଇଥିଲେ । ଛାତ୍ରମାନଙ୍କ କହିବା ପ୍ରକାରେ, ସେମାନେ ବିଲେଶୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରି ହଷ୍ଟେଲରେ ଅନ୍ତେବାସୀ ଭାବେ ରହୁଛନ୍ତି । ଦୀର୍ଘ ୪ମାସରୁ ଉର୍ଦ୍ଧ ସମୟ ହେବ ନବମ ଶ୍ରେଣୀର ଛାତ୍ରମାନେ ରହୁଥିବା ଛାତ୍ରାବାସ ସହ ଅନ୍ୟ ଛାତ୍ରାବାସଗୁଡିକରେ ମଧ୍ୟ ଥିବା ଶୈାଚାଳୟଗୁଡିକ ଆଉ କାର୍ଯ୍ୟକ୍ଷମ ହୋଇପାରୁ ନ ଥିବାରୁ ବାଧ୍ୟ ହୋଇ ଅନ୍ତେବାସୀମାନେ ହଷ୍ଟେଲ ବାହାରେ ତଥା ବିଦ୍ୟାଳୟ ପରିସର ଓ ବାହାରେ ପରିଶ୍ରା ଯାଉଥିବା ବେଳେ ଶୈାଚ ପାଇଁ ନିକଟସ୍ଥ ବିଲହିଡ, ନାଳ ଆଦି ଉପରେ ନିର୍ଭର କରୁଛନ୍ତି । ଫଳରେ ବିଦ୍ୟାଳୟ ପରିବେଶ ସଂପୂର୍ଣ୍ଣ ଭାବେ ପୂତଗନ୍ଧମୟ ହୋଇପଡିଥିବା ଯୋଗୁଁ ସ୍କୁଲ ସମୟରେ ଛାତ୍ରଛାତ୍ରୀମାନେ ଏକ ଅସ୍ୱାସ୍ଥ୍ୟକର ପରିବେଶରେ ପାଠ ପଢୁଛନ୍ତି ।

Udyog Nursery
Udyogi Nursery

ତେଣୁ ଶୈାଚାଳୟଗୁଡିକ ଯଥାଶୀଘ୍ର ମରାମତି କରିବା ପାଇଁ ଦାବି କରିଥିବା ବେଳେ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା କମ୍ପ୍ୟୁଟର ଶିକ୍ଷକ କେ.ଚନ୍ଦ୍ରଶେଖର ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଠିକ୍ ଭାବେ ପ୍ରଦାନ କରୁ ନ ଥିବାରୁ କୈାଣସି ଛାତ୍ରଛାତ୍ରୀ ଏହି ଶିକ୍ଷା ବାବଦରେ ସଂପୂର୍ଣ୍ଣ ଅଞ ରହିଛନ୍ତି । ତେଣୁ ତାଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଏକ ନୂତନ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ ପାଇଁ ଏବଂ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ଏହି ପଦବୀଗୁଡିକ ପୂରଣ ପାଇଁ ଦାବି କରିଥିଲେ । ଛାତ୍ରମାନଙ୍କ ସମସ୍ତ ଅଭିଯୋଗକୁ ଶୁଣିବା ପରେ ଶୈାଚାଳୟର ମରାମତି ଏବଂ କମ୍ପ୍ୟୁଟର ଶିକ୍ଷକଙ୍କ ବଦଳି କରିବା ନେଇ ଜିଲ୍ଳା ମଙ୍ଗଳ ଅଧିକାରୀ ଓ ପିଏ-ଆଇଟିିଡିଏ ପ୍ରତିଶୃତି ଦେବା ପରେ ଛାତ୍ରମାନେ ହଷ୍ଟେଲ ଫେରିବା ପାଇଁ ମାନିଥିଲେ । ଦୀର୍ଘ ୧୫କିଲୋମିଟର ଦୂରରୁ ଛାତ୍ରମାନେ ରାୟଗଡ ଆସିଥିବାରୁ ସେମାନଙ୍କୁ ଦୁଇଟି ଅଟୋରିକ୍ସା ଏବଂ ଜିଲ୍ଳା ମଙ୍ଗଳ ଅଧିକାରୀ ଓ ପିଏ-ଆଇଟିିିଡିଏଙ୍କ ବିଭାଗୀୟ ସରକାରୀ ଗାଡିରେ ପଠାଯାଇଥିଲା । ପ୍ରକାଶ ଥାଉ କି , ଏହି ବିଲେଶୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷିରୋଧର ସେଠଙ୍କ ସମେତ ଆଉ ୭ଜଣ ଶିକ୍ଷକଶିକ୍ଷୟତ୍ରୀ ସମେତ ସର୍ବମୋଟ ୮ଜଣ ଶିକ୍ଷକଶିକ୍ଷୟତ୍ରୀମାନେ ଶିକ୍ଷାଦାନ କରୁଛନ୍ତି । ବିଦ୍ୟାଳୟରେ ୬୮୯ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିବା ବେଳେ ଶହେ ଶଯ୍ୟା ବିଶିଷ୍ଠ ଛାତ୍ରୀ ନିବାସରେ ୯୬ଜଣ ଛାତ୍ରୀ ଓ ଛାତ୍ରାବାସରେ ୪୦୦ରୁ ଉର୍ଦ୍ଧ ଛାତ୍ରମାନେ ଅନ୍ତେବାସୀ ରହୁଥିବା ସୂଚନା ମିଳିଛି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Click here to get daily News  & Views update 👇
https://bit.ly/OBgroup3
Like us on Facebook👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.