ବନ୍ଦ ହୋଇ ପଡିଲା ବେଲଗାଁ – ଟିଟିଲାଗଡ ଜାତୀୟ ରାଜପଥ


ଟିଟିଲାଗଡ,୬/୧୦: ବେଲଗାଁ-ଟିଟିଲାଗଡ ୫୯ ଜାତୀୟ ରାଜପଥର ରିଗଡୁଲ ଗ୍ରାମ ଠାରୁ ୨୦୦ ମିଟର ଦୂରରେ ଏକ ବଡ ସିପୋ ଗଛ ଉପାଡା ହୋଇ ପଡିଯିବାରୁ ରାଜପଥ ପୁରା ଠପ ହୋଇଯାଇଥିଲା । ଯାହା ଫଳରେ ବେଲଗାଁରୁ ଟିଟିଲାଗଡ ଓ ଟିଟିଲାଗଡରୁ ବେଲଗାଁକୁ ଯାତାୟତ ବାଧାପ୍ରାପ୍ତ ହେବା ସହିତ ଅନେକ ଯାନବାହାନ ଜାମ୍ ହୋଇ ରହିଯାଇଥିଲା ।

ସ୍ଥାନୀୟ ଲୋକେ ଗଛ ପଡିଥିବା ଦେଖି ତୁରନ୍ତ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେବାରୁ, ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ଗଛ କାଟିବା ସହିତ ରାସ୍ତା ସଫା କରିବାରୁ ବାଇକ ଯିବା ଆସିବା କରୁଥିବାବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଭାରି ଯାନ ଚଳପ୍ରଚଳ ହୋଇ ପାରିନାହିଁ ।

ଟିଟିଲାଗଡ ରୁ ଭିଷ୍ମସେନ ମହାକୁର ଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta