‘ଯୁଗଶ୍ରୀ ଯୁଗନାରୀ’ର ସଂପାଦିକା ମମତା ମହାପାତ୍ର ‘କଳିଙ୍ଗ ପୁସ୍ତକ ମେଳା’ରେ ସମ୍ବର୍ଦ୍ଧିତ

ବାଲେଶ୍ୱର,୧୧/୧୧(କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ‘କଳିଙ୍ଗ ପୁସ୍ତକ ମେଳା’ ପକ୍ଷରୁ ‘ଯୁଗଶ୍ରୀ ଯୁଗନାରୀ’ର ସଂପାଦିକା ମମତା ମହାପାତ୍ର ସମ୍ମାନିତ ହୋଇଛନ୍ତି । ଆୟୋଜିତ ‘ସାହିତ୍ୟ ସମ୍ମାନ ସମାରୋହ-୨୦୧୯’ରେ ବାଲେଶ୍ୱରରୁ ପ୍ରକାଶିତ ବହୁ ପୁରାତନ ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ସଂପାଦିକା ମମତା ମହାପାତ୍ରଙ୍କୁ ଶ୍ରେଷ୍ଠ ସଂପାଦିକା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ଅନ୍ୟ ଦଶଜଣ ବିଶିଷ୍ଟ ସାହିତ୍ୟିକ, ପ୍ରାବନ୍ଧିକ, ଔପନ୍ୟାସକଙ୍କୁ ମଧ୍ୟ ଗତ ଆଠ ତାରିଖରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମାରୋହରେ ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ ।

ଏଥିରେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ‘କଳିଙ୍ଗ ପୁସ୍ତକ ମେଳା’ର ସଂପାଦିକା ଶ୍ରୀମତୀ ରେଣୁକା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପ-ସଭାପତି ଅଞ୍ଜଳି ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ଶତାଧିକ ବରେଣ୍ୟ ସାହିତ୍ୟିକ ଓ ବୁଦ୍ଧିଜୀବି ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଡାକ୍ତର ରାଧାଦେବୀଙ୍କ ଦ୍ୱାରା ପ୍ରତିଷ୍ଠିତ ମହିଳା ପତ୍ରିକା ‘ଯୁଗନାରୀ’କୁ ଶ୍ରୀମତୀ ମହାପାତ୍ର ସଫଳତାର ସହ ସଂପାଦନା କରି ଆସୁଛନ୍ତି ।


ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.