ଜାମଖୁଣ୍ଟାରେ ନାଟକ ପ୍ରତିଯୋଗିତା

ମାର୍ଗଶିର ମାଣବସା ଗୁରୁବାର ଉପଲକ୍ଷେ ଜାମଖୁଣ୍ଟା ଗାଁରେ ନାଟକ ପ୍ରତିଯୋଗିତା

ସଇଁନ୍ତଲା,୧୭/୧୨:
ସାଧୁ ଗୌଡେଶ୍ବର ଯୁବକ ସଂଘ ଜାମଖୁଣ୍ଟା ଆନୁକୂଲ୍ୟରେ ମାଣବସା ଲକ୍ଷ୍ମୀପୂଜା ଉପଲକ୍ଷେ ନାଟକ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ସଇନ୍ତଲା ବ୍ଲକ ଧରପଗଡ ପଞ୍ଚାୟତର ଜାମଖୁଣ୍ଟା ଠାରେ ଚାଲିଥିବା ପାଞ୍ଚ ଦିନ ଧରି ଆୟୋଜିତ ହେଉଥିବା ନାଟକ ପ୍ରତିଯୋଗିତାର ପ୍ରଥମ ଦିନରେ ସାହାଯୋଟ ଗ୍ରାମର ନାଟକ ଦଳ ଭାଗ ନେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଶ୍ରୀଯୁକ୍ତ ସୁରେନ୍ଦ୍ର ସିଂ ଭୋଇ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଧରପଗଡ ସରପଂଚ ପ୍ରେମରାଜ ପାଣ୍ଡେ, ନାଏବ ସରପଂଚ ଅସ୍ନି ଭୋଇ, ଗାଁ ୱାର୍ଡ ସଭ୍ୟ ଯୁଜେଷ୍ଟି ବଗର୍ତ୍ତୀ, ଗୌନ୍ତିଆ ସୂର୍ଯ୍ୟ ନାରାୟଣ ବଗର୍ତ୍ତି, ଶିକ୍ଷକ ସୁଶାନ୍ତ ସେଠ ପ୍ରମୂଖ ଯୋଗ ଦେଇଥିଲେ । ଶେଷରେ ଗୋକୁଳା ନନ୍ଦ ବଗର୍ତ୍ତୀ ଧନ୍ୟବାଦ ପ୍ରଦାନ କରିଥିଲେ । ଏଠାରେ ସୂଚନା ଯୋଗ୍ୟଯେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ବର୍ତମାନ ନାଟକ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି ।

Report by :
Gokulananda Bagarty, Reporter Saintala odiabarta.in

http://For latest news updates  Please subscribe to notifications by clicking on the bell button.  Like us on facebook  http://www.facebook.com/odiabarta/ Subscribe us on youtube  https://m.youtube.com/channel/UCdoWrXFOsGOd7dzWwMFwFrQ

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.