ପ୍ରଧାନମନ୍ତ୍ରୀ ଫେଲୋସିପ ପାଇଁ ଓଡ଼ିଆ ଛାତ୍ରୀ ମନୋନୀତ

ଭୁବନେଶ୍ୱର: ନିକଟରେ ପ୍ରଧାନମନ୍ତ୍ରୀ ଫେଲୋସିପ ପାଇଁ ହୋଇଥିବା ଚୟନ ପରୀକ୍ଷାରେ ଓଡ଼ିଆ ଛାତ୍ରୀ ସୀମାଦ୍ରୀ ଶୁଭଦର୍ଶିନୀ ସଫଳତା ହାସଲ କରିଛନ୍ତି । ବାୟୋଲୋଜିକାଲ ସାଇନ୍ସରେ ଉଚ୍ଚତର ଗବେଷଣା ନିମନ୍ତେ ସମଗ୍ର ଭାରତବର୍ଷରୁ ମାତ୍ର ଦୁଇଜଣ ସଫଳତା ହାସଲ କରିଛନ୍ତି, ତନ୍ମଧ୍ୟରୁ ସୀମାଦ୍ରୀ ପ୍ରଥମ ସ୍ଥାନ ଅଧିକାର କରି ଓଡିଶାର ଗୌରବ ବଢାଇପାରିଛନ୍ତି । ସୀମାଦ୍ରୀ ଏନଆଇଟି ରାଉରକେଲାରୁ ସ୍ନାତକ ଡିଗ୍ରୀ ହାସଲ ପରେ ମାଡ୍ରାସ ଆଇଆଇଟିରେ ଗବେଷଣା କରୁଛନ୍ତି ।


ପ୍ରକାଶ ଥାଉ କି ଗତବର୍ଷ ଆନ୍ତର୍ଜାତିକ ସମ୍ପାନରେ ‘ବନ୍ଦେ ଉତ୍କଳ ଜନନୀ’ ଉପରେ ସନ୍ଦର୍ଭ ଉପସ୍ଥାପନ କରି ପ୍ରଥମ ହୋଇ ରାଜ୍ୟକୁ ଗର୍ବିତ କରିଥିଲେ, ଯାହାକି ଓଡ଼ିଆ ଭାଷା ଆନ୍ତର୍ଜାତିକ ସ୍ତରରେ ନିଜକୁ ପୁନର୍ବାର ସ୍ଥାପନ କରିପାରିଥିଲା ।

ବହୁମୁଖୀ ପ୍ରତିଭାଧାରୀ ସୀମାଦ୍ରୀ ଶୁଭଦର୍ଶିନୀ ବରିଷ୍ଠ ସାମ୍ବାଦିକ, ‘ସୁବାର୍ତ୍ତା’ର ସମ୍ପାଦକ ତଥା ଭାଷା ଆନ୍ଦୋଳନ, ଓଡିଶାର ସଭାପତି ପ୍ରଦ୍ୟୁମ୍ନ ଶତପଥୀ ଓ ଅଧ୍ୟାପିକା ମାନସୀ ଷଡ଼ଙ୍ଗୀଙ୍କ ଏକମାତ୍ର କନ୍ୟା ଅଟନ୍ତି ।

For latest news & views update

Click on bell button and subscribe to notifications.

Like us on facebook 

http://facebook.com/odiabarta

Subscribe us on youtube 

http://youtube.com/channel/UCdoWrXFOsGOd7dzWwMFwFrQ

 

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.