ରାକ୍ସି ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ( Visual News )

 

ସରକାରୀ ଯୋଜନା ବିଷୟରେ ଅବଗତ ହେବା ସହ ଲୋକନୃତ୍ୟର ମଜା ଉଠାଇଲେ ସାଧାରଣ ଜନତା

କଳାହାଣ୍ଡି,୨୧/୧୨:
ଓଡିଶା ସରକାରଙ୍କ ଦ୍ବାରା ପ୍ରଣୟନ କରାଯାଇଥିବା ଆମ ଗାଁ ଆମ ବିକାଶ ଯୋଜନାର ଉପ-ଯୋଜନା ‘ପିଠା’ (ପିପୁଲ୍ସ ଏମ୍ପାୱାରମେଣ୍ଟ ଏନାବ୍ଲିଂ ଟ୍ରନ୍ସପରେନ୍ସି ଆଣ୍ଡ ଆକାଉଣ୍ଟେବିଲିଙ୍ଗ ଅଫ ଓଡିଶା ଇନିସିଏଟିଭସ୍) କାର୍ଯ୍ୟକ୍ରମ ନର୍ଲା ବ୍ଲକ ଅଧିନସ୍ଥ ରାକ୍ସି ଗ୍ରାମ ପଞ୍ଚାୟତ ପରିସରରେ ପ୍ରବଳ ଉତ୍ସାହ ଉଦ୍ଦିପନାର ସହ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

ରାକ୍ସି ସରପଞ୍ଚ ଶ୍ରୀମତୀ ଚନ୍ଦ୍ରମା ଧଙ୍ଗଡାମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଲୋକାଭିମୂଖି କାର୍ଯ୍ୟକ୍ରମରେ ନର୍ଲା ବିଡିଓ ଡଃ ବ୍ୟାସଦେବ ବେହେରା, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦୂର୍ଗା ପ୍ରସାଦ ମହାନ୍ତି, ସୁପର ଭାଇଜିଙ୍ଗ ଅଫିସର ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ନାୟକ, ନୋଡାଲ ଅଫିସର ଶ୍ରୀଯୁକ୍ତ ଅନୁପ ବିଶ୍ବାଲ, ଆଇସିଏସ ସୁପରଭାଇଜର ଶ୍ରୀମତୀ ଦିପ୍ତି ମିଶ୍ର, ଗ୍ରାମ୍ୟ କୃଷି କର୍ମଚାରୀ ଶ୍ରୀମତୀ ଚଞ୍ଚଳା ସାହୁ, ନାଏବ ସରପଞ୍ଚ ଶ୍ରୀଯୁକ୍ତ ମୁନି ଭୋଇ ପ୍ରମୂଖ ଅତିଥି ଭାବେ ଯୋଗଦେଇ ସରକାରୀ ଯୋଜନା ଗୁଡିକର ସ୍ବଚ୍ଛତା ବଜାୟ ରଖିବା ଦିଗରେ ଆଲୋକପାତ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏହା ସହ ଜନ ସାଧାରଣଙ୍କୁ ସଶକ୍ତ କରିବା ଏବଂ ଆମ ଏଲଇଡି, ମିଶନ ଶକ୍ତି,ନିର୍ମାଣ ଶ୍ରମିକ ଯୋଜନା,ମଧୂବାବୁ ପେନସନ ଯୋଜନା, କଳାକାର ଭତ୍ତା ଇତ୍ୟାଦି ଯୋଜନା ସମୁହର ଲାଭ ସମସ୍ତ ଯୋଗ୍ୟ ହିତାଧିକାରୀ କିପରିଭାବେ ପାଇପାରିବେ ସେହି ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ପୂର୍ବତନ ସରପଞ୍ଚ ବିଜୟ ଧଙ୍ଗଡାମାଝୀ ।

Udyog Nursery
Udyogi Nursery

ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭାଗ, ସ୍ବାସ୍ଥ୍ୟ ବିଭାଗ ଗ୍ରାମ ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟସଭ୍ୟା, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀ ତଥା ହଜାରେରୁ ଉର୍ଧ ପଞ୍ଚାୟତ ବାସୀ ମହିଳା ପୁରୁଷ ଉପସ୍ଥିତ ରହି ପିଠା କାର୍ଯ୍ୟକ୍ରମ କୁ ସାଫଲ୍ଯ କରିଥିଲେ । ମହିଳା ସ୍ବୟଂସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ୧୨ ପ୍ରକାର ପାରମ୍ପୀରିକ ଓଡିଆ ପିଠା ପ୍ରଦର୍ଶିତ ହେବାସହ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା ।

ପରେ ପରେ ରାକ୍ସି ଗ୍ରାମର କଳାକାର ମାନଙ୍କ ଦ୍ବାରା କଳାହାଣ୍ଡିର ବୀର ବାଦ୍ୟ ‘ଘୁମୁରା’, ସନାତନ ସଂସ୍କୃତିର ଭକ୍ତିମୟ ଧାରା ‘ସଂକିର୍ତନ୍ୟ’ ସହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢିପଦରର କଳାକାର ମାନଙ୍କ ଦ୍ବାରା ପଶ୍ଚିମ ଓଡିଶାର ଜନପ୍ରିୟ ଲୋକନୃତ୍ୟ ବଜାସାଲ, କନ୍ଧାନ ସଂସ୍କୃତିର ପାରମ୍ପାରିକ ‘ଢାପ୍’ ନୃତ୍ୟ ଓ ଯାଦବ ସଂସ୍କୃତିର ଅନନ୍ୟ ବିଭବ ‘ବନାବାଡି’ ଆଦି ପ୍ରଦର୍ଶିତ ହୋଇଥିଲା ।

କଳାହାଣ୍ଡିରୁ ସ୍ବତନ୍ତ୍ର ପ୍ରତିନିଧି ସଞ୍ଜୟ ଧଙ୍ଗଡାମାଝୀଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook

Subscribe us on youtube

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.