ଝାରସୁଗୁଡା,୨୪/୧୨: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଧୀନ ଭୋଇମୁଣ୍ଡା ଠାରେ ଜଣେ ମହିଳାଙ୍କୁ ହାତୀ ଦଳିଦେଇଛି। ମୃତ ମହିଳା ଜଣକ ହେଲେ ଭାରତୀ ଖଡ଼ିଆ(୩୩)। ଆଜି ଭୋରରୁ ଏକ ବଡ଼ ହାତୀ ଭୋଇମୁଣ୍ଡା ଗାଁକୁ ଆସିଥିଲା। ଭାରତୀ ନିଜ ଘରୁ ବାହାରିବା କ୍ଷଣି ହାତୀ ହାବୁଡ଼ରେ ପଡିଯାଇଥିଲେ। ଫଳରେ ସେଠାରେ ତାକୁ ହାତୀ ଦଳି ଦେଇଥିଲା।ପୋଲିସ ଓ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
For latest news & views update
Click on bell button and subscribe to notifications.