ଖସୁଛି ପାରଦ, ପ୍ରବଳ ଶୀତ ଲହରୀ

କେସିଙ୍ଗା,୨୪/୧୨ : ଗତ କିଛି ଦିନ ହେଲା ପାରଦ ତଳକୁ ଖସୁଥିବା କାରଣରୁ ପ୍ରବଳ ଶୀତ ଲହରୀ ପ୍ରବାହିତ ହେଉଛି। ଫଳରେ ସମଗ୍ର ପଶ୍ଚିମ ଓଡିଶା ଜାଡ଼ରେ ଥରୁଛି। ସନ୍ଧ୍ୟା ହେଲେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଯେଉଁମାନେ ବି ବାହାରୁଛନ୍ତି ସେମାନଙ୍କ ଦେହରେ ଶୀତବସ୍ତ୍ର ରହୁଛି।

ରାତି ବଢ଼ିବା କ୍ଷଣି ଥଣ୍ଡାର ପ୍ରକୋପ ବି ବଢ଼ୁଛି। ମଧ୍ୟରାତି ବେଳକୁ ପାରଦ ସର୍ବନିମ୍ନ ସ୍ତରକୁ ଖସି ଆସୁଛି। ଥଣ୍ଡାରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ। ଆଗକୁ ସ୍ଥିତି ଆହୁରି ସଙ୍ଗିନ ହେବ। ୨୬ ତାରିଖଠାରୁ ପାରଦ ଆହୁରି ତଳକୁ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଉତ୍ତର ଓଡ଼ିଶାରେ ଏବେ ତାପମାତ୍ରା ହାରାହାରିଠାରୁ ୪ରୁ ୫ଡିଗ୍ରି ପର୍ଯ୍ୟନ୍ତ କମ୍ ରହୁଛି। ରାତି ଓ ସକାଳେ ଘନ କୁହୁଡି ଯୋଗୁଁ ଗାଡ଼ି ଚଳାଚଳ ମଧ୍ୟ ସ୍ୱାଭାବିକ ହୋଇପାରୁନି।

ଅନେକ ସ୍ଥାନରେ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ଖବର ମିଳିଛି। ବିଶେଷ କରି ପ୍ରବଳ ଶୀତ ଅନୁଭୂତ ହେଉଥିବାରୁ ଗ୍ରାମାଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଉପଡିଛି।ଲୋକେ ସକାଳୁ ନିଆଁ ପୋହୁ ଥିବା ଦେଖିବାକୁ ମିଳୁଛି। ଆଗାମୀ ୨୬ତାରିଖରୁ ତାପମାତ୍ରା ଆହୁରି ତଳକୁ ଖସିବା ଆଶଙ୍କା ପ୍ରକାଶ କରିଛି ପାଣିପାଗ ବିଭାଗ।

କେସିଙ୍ଗାରୁ ବଳରାମ ନାଏକଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.