କୋକସରା,୭/୪ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଜାତୀୟ ରାଜପଥ ନଂ-୨୬ ଚିଲିଗୁଡା ନିକଟରେ ଭାରାସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦ୍ୱୟ ଜୟପାଟଣା ବ୍ଲକ ବିମଳା ଗାଁ ର ପରମ ପୁଝାରୀ (୪୦) ଓ ଗୋପାଲପୁର ଗ୍ରାମର ମଣ୍ଟୁ ପୁଞ୍ଜି (୪୦) । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ମଙ୍ଗଳବାର ଭୋର ସମୟରେ କୌଣସି କାମରେ ସେମାନେ କୋକସରା ପଟେ ଆସୁଥିବାବେଳେ କୋକସରା ଥାନା ଜାତୀୟ ରାଜପଥ ୨୬ ନମ୍ବର ଚିଲିଗୁଡା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ପ୍ରାତଃ ଭ୍ରମଣ କରୁଥିବା ସ୍ଥାନୀୟ କିଛି ଯୁବକ କୋକସରା ପୋଲିସ କୁ ଖବର ଦେବା ପରେ ଥାନା ଏଏସ୍ଆଇ ବୁଲୁ ସେଠୀ ପହଞ୍ଚି ତଦନ୍ତ କରିବା ସହ ଦୁର୍ଘଟଣା ହୋଇଥିବା ବାଇକ କୁ ଜବତ କରିଥିବା ଜଣାପଡିଛି ।
ଦୁର୍ଘଟଣାରେ ଗୁରୁତର ଦ୍ୱୟଙ୍କୁ ପ୍ରଥମେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭବାନୀପାଟଣା ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି । ଏନେଇ କୋକସରା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରିଥିବା ଥାନା ଏଏସ୍ଆଇ ବୁଲୁ ସେଠୀ ସୂଚନା ଦେଇଛନ୍ତି ।
କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ OdiaBarta.in
________________________________________