କଳାହାଣ୍ଡି କୁଲତା ସମାଜ ମହାସଭାର ଦ୍ବିତୀୟ ଦିବସ

ବିଶ୍ବ ଭାତୃତ୍ବ ଓ ସାମାଜିକ ସଂହତିର ବାର୍ତା ପ୍ରଦାନ

କଳାହାଣ୍ଡି : ୨୯/୧୨:
ଉତ୍ତମ ସାମାଜିକ ମୂଲ୍ୟବୋଧ, ଅର୍ଥନୈତିକ ପ୍ରଗତୀ, ଉନ୍ନତ ମାନର କୃଷି ଓ ବୈଷୟିକ ଚିନ୍ତାଧାରା, କଳା ସଂସ୍କୃତି, ଐତିହ୍ୟ ପରମ୍ପରା ସହ ସମସ୍ତ ସମାଜର ବ୍ୟକ୍ତି ବିଶେଷଙ୍କ ସହ ଉତ୍ତମ ସଂପର୍କ ରକ୍ଷା କରି ଶାନ୍ତି ଶୃଙ୍ଖଳିତ ଜୀବନ ଜାପନ କରୁଥିବା କଳାହାଣ୍ଡିର କୁଲତା ସମାଜ ଏହି ବୀର ମାଟିରେ ସବୁ ସମୟରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଥାଏ । ନିଜ ସମାଜର ପ୍ରତ୍ୟେକ ବ୍ୟକ୍ତିକୁ ଏକତା ରଜ୍ଜୁରେ ବାନ୍ଧିବା ସହ ସାମାଜିକ ସଦଭାବନା ଓ ପ୍ରଗତୀର ସଂଦେଶ ବହନ କରି କଳାହାଣ୍ଡି କୁଲତା ସମାଜ ଜିଲ୍ଲା ସ୍ଥରୀୟ ମହାସଭାର ଆୟୋଜନ କରିଛି ।କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ତୁଳାପଡା ଠାରେ ଡିସେମ୍ବର ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ମହାସଭା ତିନିଦିନ ଧରି ଆୟୋଜିତ ହେଉଛି ଓ ୩୦ ତାରିଖ ଦିନ ଏହି ମହାସଭାର ଉଦଜାପନ ହେବ । ଗତକାଲି ଜମୁନାବାହାଲ ଠାରୁ କୁଲତା ସମାଜର ଇଷ୍ଟଦେବୀ ରଣେଶ୍ବର ରାମଚଣ୍ଡିଙ୍କ ପୀଠରୁ ଏକ ଭବ୍ୟ ଶୋଭାଯାତ୍ରାରେ ଅଖଣ୍ଡ ଦୀପ ଆସିବା ସମୟରେ ବିଭିନ୍ନ ସ୍ଥାନରେ ଅଖଣ୍ଡ ଦୀପକୁ ସ୍ବାଗତ କରାଯାଇ ଥିଲା । ଏଥିରେ ଅତିଥି ଭାବେ ଦୈତାରି ପଧାନ ଓ ରାଜେଶ୍ବରୀ ପଧାନ ଯୋଗ ଦେଇଥିଲେ । ଏହାପରେ ଆୟୋଜିତ କୃଷି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ବିଶିଷ୍ଟ ବ୍ୟକ୍ତିତ୍ବ ଜଗଦିଶ ପଧାନ । ସମାଜର ଯୁବପିଢିଙ୍କ ମଧ୍ୟରେ କ୍ରିଡା ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଯୋଜିତ ହୋଇଥିଲା ଗୋପୀନାଥ ବୁଦ୍ଧିଆ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଏଥିରେ ଅତିଥି ଭାବେ ସୁନାଶିର ଭୋଇ, ଅନୁପମା ଭୋଇ ଏବଂ ସ୍ବର୍ଗତ ଗୋପିନାଥ ବୁଦ୍ଧିଆଙ୍କ ସୁପୁତ୍ର ଗଙ୍ଗାଧର ବୁଦ୍ଧିଆ । ଏହାସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଦ୍ବିତୀୟ ଦିବସ : ଭବ୍ୟ ଆୟୋଜନ

ଅାଜି ମହାସଭାର ଦ୍ବିତୀୟ ଦିବସରେ ଅତିଥି ଭାବେ କଳାହାଣ୍ଡି ଯୁବରାଜ ଅନନ୍ତ ପ୍ରତାପ ଦେଓ ଯୋଗଦେଇ ବିଶାଳ କୁଲତା ସମାଜକୁ ସମ୍ବୋଧିତ କରି ଉଦବୋଧନ ପ୍ରଦାନ କରିଥିଲେ ।

କଳାହାଣ୍ଡିର ଅର୍ଥନୈତିକ ପ୍ରଗତୀ ବିଶେଷ କରି କୃଷି କ୍ଷେତ୍ରରେ କୁଲତା ସମାଜର ଅବଦାନ ଅତୁଳନୀୟ । କଳାହାଣ୍ଡି ଜିଲ୍ଲା କୁଲତା ସମାଜ ସଭାପତି ହୁକୁମ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ମହାସଭାର ମୂଖ୍ୟ ସଂଯୋଜକ ହରେକୃଷ୍ଣ ଭୋଇ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ।

ସାମାଜିକ ସଂହତିର ଅନନ୍ୟ ଉଦାହରଣ : ସ୍ବଜାତି ସହ ଅନ୍ୟାନ୍ୟ ସମାଜର ବିଶିଷ୍ଟ ବ୍ୟକ୍ତିତ୍ବ ମାନଙ୍କୁ ସମ୍ବର୍ଧନା

ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ସହ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ଅନେକ ବ୍ୟକ୍ତିତ୍ବଙ୍କୁ ସମ୍ବର୍ଧିତ କରା ଯାଇଥିଲା । ବଲରାମପୁରର ସମାଜସେବୀ ଲତା ମାଝୀଙ୍କୁ ବିଶେଷ ସମ୍ବର୍ଧିତ କରାଯାଇଥିଲା । ଏପରି ଏକ ଅନନ୍ୟ କାର୍ଯ୍ୟକ୍ରମ ସାମାଜିକ ସଂହତିର ବାର୍ତା ପ୍ରଦାନ ସହ ବିଶ୍ବ ଭାତୃତ୍ବର ବାର୍ତା ପ୍ରଦାନ କରିଛି ଯାହା କୁଲତା ସମାଜର ମହାନ ଦିଗକୁ ସୂଚିତ କରିଛି ।

ସାମ୍ବାଦିକ ମାନଙ୍କୁ ସମ୍ବର୍ଧନା

ସମ୍ବିଧାନର ଚତୁର୍ଥ ସ୍ଥମ୍ଭ ଭାବେ ପରିଗଣିତ ଗଣମାଧ୍ୟମକୁ ସମ୍ମାନ ଜଣାଇ କୁଲତା ସମାଜ ମହାସଭାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଧିତ କରାଯାଇଥିଲା । କୌଣସି ଏକ ସମାଜର ମହାସଭାରେ ଏକ ସାଙ୍ଗରେ ପାରମ୍ପାରିକ ରିତିନିତି ଅନୁସାରେ ସମ୍ମାନିତ କରିବା ଜିଲ୍ଲାରେ ପ୍ରଥମ ତଥା ଐତିହାସିକ ପଦକ୍ଷେପ ବୋଲି ବୁଦ୍ଧିଜିବୀ ମହଳରେ ଚର୍ଚା ଚାଲିଛି ।

ରକ୍ତଦାନ ମହାନ ଦାନ

କୁଲତା ସମାଜ ମହାସଭାରେ ଆଜି ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଅନେକ ବ୍ୟକ୍ତି ସ୍ବେଚ୍ଛାକୃତ ରକ୍ତଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ।
ଦ୍ବିତୀୟ ଅଧିବେଶନରେ ବେଲାର ସିଂ ଭୋଇ, ହରେକୃଷ୍ଣ ଭୋଇ ଓ ଜୟନ୍ତୀ ପଧାନ ଅତିଥି ଭାବେ ଯୋଗ ଦେଇଥିଲେ ଏଥିରେ କୁଲତା ସମାଜର ବିକାଶରେ ଯୁବକ ଓ ମହିଳା ମାନଙ୍କର ଭୂମିକା ନେଇ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ଶିକ୍ଷାବିତ ତପନ କୁମାର ନାଏକ ।

ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ପାଣ୍ଡୱାନୀ, ସମ୍ବଲପୁରୀ ନୃତ୍ୟ, ସମାଜର ଶିଶୁ କଳାକାର ମାନଙ୍କ ଦ୍ବାରା ପ୍ରଦର୍ଶିତ ନୃତ୍ୟ ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଦର୍ଶକଙ୍କ ମନୋରଞ୍ଜନ କରିଥିଲା । ରବିବାର ମହାସଭାର ଉଦଜାପନୀ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ଆୟୋଜକ କମିଟି ସୂଚନା ଦେଇଛନ୍ତି ।

ଉପସ୍ଥାପନା :
ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, odiabarta.in
ମୋ: 8917488843

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.