ବିହା ବେଲେ ବାଏଗନ୍ ରୁଆ

ବଲାଗିଂର ସାଂସଦଙ୍କ ଆର୍ଦଶ ଗ୍ରାମକୁ ଆଜି ଆସୁଛନ୍ତି ରାଜ୍ୟପାଳ

ରାଜ୍ୟପାଳଙ୍କ ଗସ୍ତକୁ ନେଇ ପ୍ରଶାସନର ତତ୍ପରତା

ବଲାଗିଂର,୨୯/୧୨:
ବଲାଗିଂର ଜିଲ୍ଲା ସଇଁନ୍ତଲା ବ୍ଲକ ବୁଡାବାହାଲ ପଂଚାୟତକୁ ଆଜି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆସିବାର କାର୍ଯ୍ୟକ୍ରମ ରହିଛି । ଏଥିନେଇ ପ୍ରସାଶନ ପକ୍ଷରୁ ବେଶ ତତ୍ପରତା ପ୍ରକାଶ ପାଇବା ସହ ସାଜସଜ୍ଜା ଚାଲିଛି ।

ଏଠାରେ ସୂଚନା ଯୋଗ୍ୟଯେ ବଲାଗିଂର ସାସଂଦ କଲିକେଶ ନାରାୟଣ ସିଦେଓକଂ ଏହି ଆଦର୍ଶ ଗ୍ରାମ ସମସ୍ୟାର ଚାରିଛକରେ ବନ୍ଦି ହୋଇପଡିଛି ।

ଭଲ ରାସ୍ତା ଏଠି ସାତ ସପନ

ସାଂସଦଙ୍କ ଆର୍ଦଶ ଗ୍ରାମ ମାନ୍ୟତା ପାଇଥିଲେ ମଧ୍ୟ ବୁଢାବାହାଲକୁ  ଭଲ ରାସ୍ତାଟିଏ ନାହିଁ । ମହାମହିମ ରାଜ୍ୟପାଲ ଆସିବେ ବୋଲି ରାସ୍ତା ମରାମତି କରାଯାଉଛି । ସାଧାରଣ ଜନତାଙ୍କ କହିବା କଥା ହେଲା ମାନ୍ୟବର ସାଂସଦ କଲିକେଶଙ୍କ ଆର୍ଦଶ ଗ୍ରାମ ନାମକୁ ମାତ୍ର, ନାଁ ଭଲ ରାସ୍ତା ଅଛି ନା ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉଛି । ବିକାଶ ଏଠାରେ ବାଟବଣା ହୋଇଛି । ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଲାଗି ରହିଥିବା ବେଳେ ରାଜ୍ୟପାଳଙ୍କ ଗସ୍ତ ସମୟରେ ରାସ୍ତାକାମ ‘ବିହା ବେଲେ ବାଏଗନ ରୁଆ’ ବୋଲି ଚର୍ଚା ଚାଲିଛି ।

ବଲାଗିଂର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ଯୋଶିଙ୍କ ରିପୋର୍ଟ odiabarta.in


For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.