ସଡକ ଦୂର୍ଘଟଣା : ଟ୍ରାକ୍ଟର ଡ୍ରାଇଭର ମୃତ

ଧର୍ମଗଡ,୨୯/୧୨:

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଚିଲିପା ଠାରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣାରେ ଜଣକର ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଆଜି ଟ୍ରାକଟର ଯୋଗେ ପାଣି ଟାଙ୍କି ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକଟରଟି ଓଲଟି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ଧର୍ମଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଡାକ୍ତରଖାନାକୁ ପଠେଇ ଦେଇଛି । ମୃତ ଡ୍ରାଇଭର ଜଣକ ଡୁରକା ଠେଙ୍ଗା ଦରଲି ପଡା ର କେଶବ ବାଣୁଆ (୩୮) ବୋଲି ଜଣାପଡିଛି ।

Report by Labani Rout, Correspondent Dharmagarh odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.