ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ କଳାହାଣ୍ଡି ବନ୍ଦ

କଳାହାଣ୍ଡି,୭/୧: କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦେଇଛି ମିଳିତ କଳାହାଣ୍ଡି ବାର୍ ୟୁନିୟନ୍ । ୟୁନିୟନ୍ ପକ୍ଷରୁ କୁହାଯାଇଛି ଯେ, ୟଶବନ୍ତ ସିଂହ କମିଟିର ସୁପାରିଶ ଓ ପାଲ୍ କମିଶନର ସୁପାରିଶର ସମସ୍ତ ମାନବିନ୍ଦୁକୁ କଳାହାଣ୍ଡି ପୂରଣ କରୁଛି । ତେଣୁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନିମନ୍ତେ କଳାହାଣ୍ଡି ଉପଯୁକ୍ତ ସ୍ଥାନ । କଳାହାଣ୍ଡି ଓକିଲ ସଂଘ ୨୦୦୯ ମସିହାରୁ ପଶ୍ଚିମ ଓଡିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିରୁ ଓହରି ଯାଇଛି ଏବଂ ଏ ସମ୍ପର୍କରେ ସଂଘ ପକ୍ଷରୁ ଆଫିଡେଫିଟ୍ ଦାଖଲ କରାଯାଇଛି । କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘ ୧୦ ବର୍ଷ ହେଲା କଳାହାଣ୍ଡି ଓକିଲ ସଂଘ ଆନ୍ଦୋଳନ ଚଳାଇ ଆସିଛି । ଭବାନୀପାଟଣା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ଅଦାଲତ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଯାନବାହାନ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.