ଭାରତ ବନ୍ଦ : ଜୁନାଗଡରେ ଗର୍ଜିଲେ ଶ୍ରମିକ ସଂଘ

ଜୁନାଗଡ,୮/୧:
ଭାରତ ବନ୍ଦକୁ ସମର୍ଥନ କରି ଆଜି ଜୁନାଗଡ ଠାରେ ଧର୍ମଗଡ ଉପଖଣ୍ଡ ଘରୋଇ ବସ କର୍ମଚାରୀ ସଂଘ ଜୁନାଗଡ  ବନ୍ଦ ପାଳନ କରିଛି। ପରିବହନ ଶ୍ରମିକ ମହାସଂଘ ଡାକରାରେ ଏହି ବନ୍ଦ ଯୋଗୁଁ ପରିବହନ ଯାତାୟତ ଓ ଦୋକାନ ବଜାର ବନ୍ଦ ହୋଇଛି ।  ଦାମୋଦର ବେହେରାଙ୍କ ନେତୃତ୍ବରେ ଜୁନାଗଡ ଠାରେ ଏକ ଶୋଭାଯାତ୍ରାର ଆୟୋଜନ ହୋଇ ନଗର ପରିକ୍ରମା କରି ବିଜେପି ବିରୁଦ୍ଧରେ ନାରା ବାଜି ହେବାସହ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ଗର୍ଜି ଥିଲେ ସଂଘର ନେତାମାନେ ।

ଏଠାରେ ସୂଚନା ଯୋଗ୍ୟଯେ ବାମ ମୋର୍ଚ୍ଚା ସମର୍ଥିତ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦେଇଛି। ଏହି ବନ୍ଦ ଆଜି ଓ ଆସନ୍ତାକାଲି ଅର୍ଥାତ ୮ ଓ ୯ ତାରିଖ ଦୁଇ ଦିନ ଧରି ଚାଲିବ। ଏହି ବନ୍ଦରେ କେବଳ ବ୍ୟାଙ୍କ ନୁହେଁ ବରଂ ବସ, ଟ୍ରେନ, ଓଟୋ ସେବା ବନ୍ଦ ରହିବା ସହିତ, ବଜାର ଓ ଅନ୍ୟ କ୍ଷେତ୍ର ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ଜୁନାଗଡରୁ ରାକେଶ ବେମାଲଙ୍କ ରିପୋର୍ଟ ଓଡିଆ ବାର୍ତ୍ତା odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.