ବାଲବେଙ୍ଗ ଠାରେ  ଝୁଲି ରହିଛି ଅଜଣା ବ୍ୟକ୍ତିଙ୍କ ଶବ

ଟିଟିଲାଗଡ,୮/୧:

ବଲାଂଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଶାତୁଳା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବାଲବେଙ୍ଗରୁ ଦୁଇ ଶହ ମିଟର ଦୁର (ଟିଟିଲାଗଡ-ସିନ୍ଧେକେଲା ରାଜ୍ୟ ରାଜପଥ ) ରାସ୍ତାର ବାମ ପଟରେ ଆଜି ଏକ ଗଛରେ ଜଣେ ବ୍ୟକ୍ତିଙ୍କ  ଶବ ଦେଖିବାକୁ ମିଲିଛି । ଏହି ଅଜଣା ବ୍ୟକ୍ତିଙ୍କ ବେକରେ ରସି ଲାଗି ଶବ ଗଛ ଉପରେ ଝୁଲା ଅବସ୍ଥାରେ ରହିଛି ।

ସ୍ଥାନୀୟ ଲୋକେ ଝୁଲା ଶବ କୁ ଦେଖି  ସିନ୍ଧେକେଲା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସିନ୍ଧେକେଲା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଝୁଲା ଶବ କୁ ଅନୁଧ୍ୟାନ କରିବା ସହିତ ତଦନ୍ତ ଆରମ୍ଭ କରିଥିବା ବେଳେ ସେଠାରେ ଶବ ର ମୋବାଇଲ, ସାଇକେଲ ଓ ଗୋଟିଏ ବ୍ୟାଗ ଜବତ କରିଛି । ମୋବାଇଲ ଯୋଗୁ ଜଣାପଡିଛି ଯେ ମୃତ ବ୍ୟକ୍ତି ଜଣଙ୍କର ନାମ ପଙ୍କଜ ଶିକା ବୋଲି ହେଲେ ପରିବାର ଓ ଗ୍ରାମର  ଠିକଣା ନ ମିଳିଥିବାରୁ ଝୁଲା ଶବ ଟିକୁ ଗଛରୁ ତଳକୁ ଅଣାଯାଇ ନାହି । ବ୍ୟକ୍ତି ଜଣକ କ’ଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁର ଙ୍କ ରିପୋର୍ଟ ଓଡିଆ ବାର୍ତ୍ତା Odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.