ଯୁବ ନେତା ଜିତୁ ମିଶ୍ରଙ୍କ ମହତ କାର୍ଯ୍ୟ

ମଣ୍ଡି ବୁଲି ବୁଲି ଦେଲେ ଅନ୍ନ ଭୋଜନ

କର୍ଲାମୁଣ୍ଡା,୧୩/୧:

ନର୍ଲା ନିର୍ବାଚନ ମଣ୍ଡଳୀର ଜଣେ ଲୋକପ୍ରିୟ ଯୁବ ନେତୃତ୍ବ, ସମାଜସେବୀ ଜିତୁ ମିଶ୍ର କର୍ଲାମୁଣ୍ଡା ,ମୁଡିଂ ଓ ତୁଣ୍ଡଲା ମଣ୍ଡି  ବୁଲି ମଣ୍ଡିକୁ ଧାନ ଆଣି ପଡିରହିଥିବା ଚାଷୀଙ୍କୁ ଅର୍ଣ୍ଣ ବ୍ୟଞ୍ଜନ ପରସିଛନ୍ତି । ପ୍ରପ୍ତ ସୂଚନାରୁ ପ୍ରକାଶଯେ ଚାଷୀ ମାନେ ମଣ୍ଡିକୁ ଧାନ ଆଣି ବହୁ ହଇରାଣ ହରକତ ହେଉଛନ୍ତି , ସେମାନଙ୍କ ଖାଇବା ପିଇବାର କୌଣସି ଠିକ ଠିକଣା ନାହିଁ । ଚାଷୀଙ୍କ ଏହି ସମସ୍ୟାକୁ ହୃଦୟଙ୍ଗମ କରି ଶ୍ରୀଯୁକ୍ତ ମିଶ୍ର ନିଜ ଗାଡିରେ ଭୋଜନ ପ୍ୟାକେଟ ଆଣି ମଣ୍ଡିର ଚାଷୀ ମାନଙ୍କ ମଧ୍ୟରେ ବଣ୍ଟନ କରିଛନ୍ତି । ଜିତୁ ମିଶ୍ରଙ୍କ ଏହି ମହାନ କାର୍ଯ୍ୟ ଧାରାକୁ ନେଇ ବିଭିନ୍ନ ମହଳରୁ ପ୍ରସଂସା କରାଯାଇଥିବା ବେଳେ  ଚାଷି ମାନେ ଆନନ୍ଦ ବ୍ୟକ୍ତ କରିବାସହ ଜିତୁ ମିଶ୍ର ସବୁ ସମୟରେ ଆମ ସାଙ୍ଗରେ ଅଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି ।

ମଣ୍ଡି ରେ ପଡିରହିଥିବା ଧାନକୁ କିପରି ବିନା କଟନି ଛଟନିରେ ବିକ୍ରି କରାଯାଇ ପାରିବ ସେନେଇ ବିଭାଗିୟ ଉଚ୍ଚ ପଦାଧିକାରିଙ୍କ ସହିତ କଥା ହେବି ବୋଲି ଶ୍ରୀଯୁକ୍ତ ମିଶ୍ର ଚାଷୀ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି ।

Report by Nabin Kishor Sahu, Correspondent Karlamunda odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.