ନର୍ଲା ମାଟିରୁ ଆରମ୍ଭ ହୋଇଛି କଳାହାଣ୍ଡିର ଜୟ ଯାତ୍ରା
ଭୂବନେଶ୍ବର, ୧୩/୧:
ନର୍ଲା ମାଟି, ଅସୁରଗଡର ମାଟି ବେସ୍କା କନ୍ଧର ମାଟି । ଆଜି ଆମେ ଏହି ମାଟି ଉପରେ ଆମେ ଛିଡା ହୋଇଛେ । ଅସୁରଗଡର ସେହି ଅନ୍ତିମ ଦିଗ ଦର୍ଶନ ଉପରେ ଛିଡା ହୋଇଛେ । ଯେଉଁ ମାଟିରୁ ଆରମ୍ଭ କଳାହାଣ୍ଡିର ଜୟ ଯାତ୍ରା । ଯେଉଁ ମାଟି ସହ ଇନ୍ଦ୍ରବଣ, ଚକ୍ରକୋଟ ମଣ୍ଡଳ ଏବଂ ମହାକାନ୍ତାରର ସଂପୃକ୍ତି ରହିଛି ସେହି ମାଟି ସହିତ ନର୍ଲା ମାଟି ଜଡିତ ହୋଇ ରହିଛି ।ସବୁ ସମୟ, ସବୁ ବ୍ୟବସ୍ତା, ସବୁ ଚିନ୍ତା ଓ ଚେତନାର ଉର୍ଧରେ ରହି ଯେଉଁ ଏକ ସାଂସ୍କୃତିକ ବଳୟ ଭିତରେ ନର୍ଲାର ଅତିତ ଇତିହାସ ସମଗ୍ର କଳାହାଣ୍ଡିର ଐତିହାସିକ ପୃଷ୍ଠ ଭୂମିକୁ କଡ ଲେଉଟାଇବାକୁ ବାଦ୍ଧ୍ୟ କରି ଆସିଛି ସେହି ମାଟିରେ ଆପଣ ମାନଙ୍କୁ ସମ୍ବୋଧିତ କଲାବେଳେ ମୋତେ ନିଶ୍ଚିତ ଭାବେ ଗର୍ବ ଲାଗେ ବୋଲି ନର୍ଲା ଠାରେ ଆୟୋଜିତ ବ୍ଲକ ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରାର ମୂଖ୍ୟ ବକ୍ତା ଭାବେ ଯୋଗଦେଇ ମାଣିକେଶ୍ବରୀ ମହାବିଦ୍ୟାଳୟ ଥୁଆମୂଲ ରାମପୁରର ଅଧ୍ୟକ୍ଷ୍ୟ ସତ୍ୟ ନାରାୟଣ ମୁଣ୍ଡଛିନା ପ୍ରକାଶ କରିଛନ୍ତି ।କଳାହାଣ୍ଡି ଜିଲ୍ଲା ନର୍ଲା ସ୍ଥିତ କଳାପାହାଡ ମଞ୍ଚ ଠାରେ କଳାହାଣ୍ଡି ଐତିହ୍ୟ, ପରଂପରା, ଲୋକ ସଂସ୍କୃତି, ଲୋକ ବାଦ୍ୟ, ଲୋକ ନୃତ୍ୟ, ଲୋକ ସଂଗୀତର ବାର୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଘୁମୁରା ଉତ୍ସବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ସଭାପତିତ୍ବ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଧନେଶ୍ବର ମାଝୀ, ମୂଖ୍ୟ ବକ୍ତା ସତ୍ୟ ନାରାୟଣ ମୁଣ୍ଡଛିନା, ବିଶିଷ୍ଟ ଅତିଥି ଭାବେ ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିରାରୀ ପଶ୍ଚିମ ଓଡିଶା ବିକାଶ ପରିଷଦ ପ୍ରେମାନିଧୀ ସେଠ୍, ସମ୍ମାନିତ ଅତିଥି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କଳାହାଣ୍ଡିର ପ୍ରକଳ୍ପ ନିର୍ଦେଶକ ପ୍ରସନ୍ନ କୁମାର ସଡଙ୍ଗୀ,
ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି (ମୁନା), ନର୍ଲା ଥାନା ଅଧିକାରୀ ରମଣୀ ରଂଜନ ଦଳେଇ, ପିଏ ଜଗଦିଶ ଚନ୍ଦ୍ର ଛୁରିଆ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ସରୋଜ ମାଝୀ ଓ ରୀନା ଭୋଇ, ନର୍ଲା ସରପଞ୍ଚ ଚିରଞ୍ଜିବି ଗୌଡିଆ, ଶାନ୍ତପୁର ସରପଞ୍ଚ ଟିକଧର ସାହୁ ପ୍ରମୂଖ ଯୋଗ ଦେଇ ଉପସ୍ଥିତ ଜନ ସମୁଦାୟକୁ ଦିଗ ଦର୍ଶନ ଦେଇଥିଲେ ।
ଏହି ଉତ୍ସବର ମଞ୍ଚ ପରିଚାଳନା କରିଥିଲେ ସମାଜସେବୀ ହୃଷିକେଶ ଭୋଇ, ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର ଓ ଶିକ୍ଷାବିତ ସନ୍ତୋଷ କୁମାର କର । ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବଲବସପୁର କ୍ଲଷ୍ଟରର ସିଆରସିସି ଶରତ କୁମାର ଭୋଇ । ଧନ୍ୟବାଦ ଅର୍ପଣ କରିଥିଲେ ଶାନ୍ତପୁର ସମିତି ସଭ୍ୟ ଗୋବିନ୍ଦ ତାଣ୍ଡି ।
ଏହା ପୂର୍ବରୁ ଶୁକ୍ରବାର ବିଦ୍ୟାଳୟ ସ୍ଥରୀୟ ପ୍ରତିଯୋଗିତା ଓ ଶନିବାର ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଶନିବାର ପୂର୍ବାହ୍ନରେ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ , ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସ୍ଥାନୀୟ ସରପଞ୍ଚ ପ୍ରମୂଖ ନର୍ଲାର ଅଧିଷ୍ଟାତ୍ରା ଦେବତା ବୁଢାରଜା ମନ୍ଦିରରୁ ମଶାଲ ଆଣି କଳାପାହାଡ ମଞ୍ଚରେ ସ୍ଥାପନା କରିଥିଲେ ।
ପ୍ରଥମ ଅଧିବେଶନରେ କଳାହାଣ୍ଡି ଉତ୍ସବର ଆଭିମୂଖ୍ୟ ଉପରେ ଆଲୋଚନା କରାଯାଇଥିଲା । ଏହା ସହ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦର୍ଶିତ ଷ୍ଟଲକୁ ଅତିଥିମାନେ ଉଦଘାଟନ କରିଥିଲେ । ସଂନ୍ଧ୍ୟାର ଜନ ଗହଳିକୁ ଦେଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କଳାହାଣ୍ଡି ଉତ୍ସବର ସଫଳ ରୂପାୟନ ପାଇଁ ବ୍ଲକ ସମେତ ବିଭିନ୍ନ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ ।
ସାଂଦ୍ଧ୍ୟ ଅଧିବେଶନରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଗୌଡିଆଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଧିତ କରାଯାଇଥିଲା । ଏହା ସହ ବିଭିନ୍ନ ପ୍ରତିଯୋଗୀତାର ବିଜୟୀ ମହିଳା, ଛାତ୍ରଛାତ୍ରୀ ଓ ଖେଲାଳୀ ମାନଙ୍କୁ ସମ୍ମାନୀତ କରା ଯାଇଥିଲା ।
ସଂଚାର, ସିଙ୍ଗବଜା, ଘୁମରା, ହୁମୋନନ, ବଉଲି, ବାଙିଗରୀ, ଘୁମୁରା ଆଦି ପୂରାତନ ଲୋକ ସଂସ୍କୃତି ସହ କୁନି କୁନି କଳାକାର ମାନଙ୍କ ନୃତ୍ୟ ଗୀତରେ ରଂଗୀନ ହୋଇ ଉଠିଥିଲା କଳାପାହାଡ ମଞ୍ଚ ।
Report by Niranjan Goud, Special Correspondent odiabarta.in
For latest news & views update
Click on bell button and subscribe to notifications.
Like us on facebook
http://facebook.com/odiabarta
Subscribe us on youtube