ହରିହରଙ୍କ ମିଳନ ପର୍ବ : ଭୀମକେଲା ମକରମେଳା

କଳାହାଣ୍ଡି,୧୫/୧:
ପ୍ରାଚୀନ ମହାକାନ୍ତାର ସଭ୍ୟତାର ସ୍ବାକ୍ଷର ବହନ କରୁଥିବା ଭୀମକେଲା ଗ୍ରାମରେ ଆରମ୍ଭ ହୋଇଛି ମକରମେଳା । ଉଭୟ ଐତିହାସିକ ଓ ପ୍ରାତ୍ନତାତ୍ତ୍ବିକ ଗୁରୁତ୍ବ ବହନ କରୁଥିବା ଭୀମକେଲା ଗ୍ରାମ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ରହିଛି । ଏହି ଗାଁ ସ୍ଥିତ ରାମେଶ୍ୱର ମହାଦେବ ପୀଠରେ ଭକ୍ତି ଓ ଆନନ୍ଦ ଉଲ୍ଲାସର ସହ ଆରମ୍ଭ ହୋଇଛି ମକର ମିଳନ । ସାନ୍ଦୁଲ ନଦୀତଟରେ ଅବସ୍ଥିତ ରାମେଶ୍ୱର ମହାଦେବ ଓ ରାମଚଣ୍ଡୀ ପୀଠରେ ସକାଳୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ମନ୍ଦିର ପୂଜକ ଲଲିତମୋହନ ଓ ଚିନ୍ତାମଣିଙ୍କ ସହଯୋଗରେ ମନ୍ଦିର ଗୃହରେ ପୂଜାର୍ଚ୍ଚନା କ।ର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବା ବେଳେ ମଧ୍ୟାନ୍ନ ସମୟରେ ହରିହର ମିଳନ ପର୍ବ ପାଳିତ ହୋଇଥିଲା। ଏଥିରେ ବିଷ୍ଣୁଙ୍କ କର୍ତ୍ତା ରୂପେ ଅଞ୍ଚଳ ସାହୁ ଓ ଶିବଙ୍କ କର୍ତ୍ତା ଭାବରେ ଉଗ୍ରେସନ ଭୋଇ ଦାୟିତ୍ୱ ଗ୍ରହଣ କରିଥିଲେ। ଏକ ସୁସଜ୍ଜିତ ବିମାନରେ ହରିହରଙ୍କ ଭେଟ କ।ର୍ଯ୍ୟକ୍ରମ ହୋଇଥିଲା। ଏଠାରେ ସୂଚନାଯୋଗ୍ୟ ପୁରାତନ ଗୁପ୍ତ ଯୁଗର ବା ୪ର୍ଥ ଶତାଦ୍ଦିର ବିଷ୍ଣୁ (ହରି) ପଥର ପ୍ରତିମା ଏଠାରେ ପୂଜିତ ହେଉଛନ୍ତି। ଭଗବାନ ଶିବ ଓ ବିଷ୍ଣୁଙ୍କ ଭେଟଘାଟ ପର୍ବ ଭକମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥାଏ । ଯାହା ଏହି ମକରମେଳାର ସ୍ବତନ୍ତ୍ରତା ପ୍ରତିପାଦନ କରିଥାଏ । ଏକ ସୁସଜ୍ଜିତ ବିମାନରେ ଉଭୟ ଦେବତାଙ୍କ ପ୍ରତିମାକୁ ଗ୍ରାମ ପରିକ୍ରମା କରି ବନ୍ଦାପନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶେଷଦେବ ପୋଢ, ହେମସାଗର କରୁଆଁ, ଉଗ୍ରେସନ ଭୋଇ, ଅଞ୍ଚଳ ସାହୁ, ଲକ୍ଷ୍ମଣ ଗଉଡ,ଉଦେନାଥ ଭୋଇ, କୁବେର ରଣା, ଆନନ୍ଦ ମାଝୀ, କନ୍ଧ ରଣା,ଭୁବନେଶ୍ୱର କରୁଆଁ ସହ ଶତାଧିକ ଭକ୍ତ ନଗର ପରିକ୍ରମାରେ ସାମିଲ ହୋଇ ପରସ୍ପର ମଧ୍ୟରେ ମକର ଚାଉଳ ବାଣ୍ଟି ମକର ସଂକ୍ରାନ୍ତି ପର୍ବ ପାଳନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.