ଚେତାବନୀ ସାହିତ୍ୟ ସଂସଦର ସମ୍ମାନ ଘୋଷିତ

କଳାହାଣ୍ଡି,୧୫ା୦୧: ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ୨୦୧୭ ଓ ୨୦୧୮ ମସିହା ନିମନ୍ତେ ରାଜ୍ୟସ୍ତରୀୟ ପୁରସ୍କାର ଓ ସମ୍ମାନ ଘୋଷଣା କରାଯାଇଛି । ୨୦୧୭ ମସିହା ନିମନ୍ତେ ଭୁବନେଶ୍ୱରରେ ଅବସ୍ଥାପିତ ବିଶିଷ୍ଟ ଲେଖକ ଶୁଭେନ୍ଦୁ ମୁଣ୍ଡଙ୍କୁ ‘କଳାହାଣ୍ଡି ସାରସ୍ୱତ ସମ୍ମାନ’, ବଲାଙ୍ଗିରର ପ୍ରହ୍ଲାଦ ଶତପଥୀଙ୍କୁ କବିତା, କଟକର ହିରଣ୍ମୟୀ ମିଶ୍ରଙ୍କୁ ଗଳ୍ପ ଓ ସମ୍ବଲପୁରର ପଞ୍ଚାନନ ମିଶ୍ରଙ୍କୁ ପ୍ରବନ୍ଧ କ୍ଷେତ୍ରରେ ‘ଚେତାବନୀ ପ୍ରଜ୍ଞା ସମ୍ମାନ’, ଭବାନୀପାଟଣାର ପ୍ରଫେସର୍ ଗୋପବନ୍ଧୁ ବେହେରାଙ୍କୁ ‘ଚେତାବନୀ ଶିକ୍ଷା ସମ୍ମାନ’, ଧର୍ମଗଡ଼ର ଶ୍ୟାମସୁନ୍ଦର ଜାଲଙ୍କୁ ‘ଚେତାବନୀ ସେବା ସମ୍ମାନ’, ଜୁନାଗଡ଼ ଚିଚୈଗୁଡ଼ାର ସୁଧୀର ମେହେରଙ୍କୁ ‘ଜ୍ୟୋତି ମିଶ୍ର ଯୁବ ପ୍ରତିଭା ସମ୍ମାନ’, ମ.ରାମପୁରର ହେମନ୍ତ ସାହୁଙ୍କୁ ‘ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ’ ତଥା କଟକର ସୁନାମଣି ରାଉତଙ୍କୁ ‘ପାର୍ଥ ବିଶି କିଶୋର ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ୨୦୧୮ ମସିହା ନିମନ୍ତେ ବ୍ରହ୍ମପୁରର ବିଶିଷ୍ଟ କବି ବିପିନ୍ ନାୟକଙ୍କୁ ‘କଳାହାଣ୍ଡି ସାରସ୍ୱତ ସମ୍ମାନ’, ବରଗଡ଼ର ଦିବ୍ୟ କିଶୋର ଦେବତାଙ୍କୁ କବିତା, ଭବାନୀପାଟଣାର ବିଜୟ ପ୍ରଧାନଙ୍କୁ ଗଳ୍ପ ଏବଂ କଟକର ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ପ୍ରବନ୍ଧ ଓ ଅନୁବାଦ କ୍ଷେତ୍ରରେ ‘ଚେତାବନୀ ପ୍ରଜ୍ଞା ସମ୍ମାନ’, କେସିଙ୍ଗାର ଅପନା ଚୌଧୁରୀଙ୍କୁ ‘ଚେତାବନୀ ଶିକ୍ଷା ସମ୍ମାନ’ ଓ ପ୍ରମୋଦ ଦାସଙ୍କୁ ‘ଚେତାବନୀ ସେବା ସମ୍ମାନ’, ଅନୁଗୁଳର ପ୍ରତୀକ୍ଷା ଜେନାଙ୍କୁ ‘ଜ୍ୟୋତି ମିଶ୍ର ଯୁବ ପ୍ରତିଭା ସମ୍ମାନ’, ନର୍ଲା ବୁଢ଼ୀପଦରର ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ‘ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ’ ତଥା ପୁରୀର ବୀରେନ୍ଦ୍ର ମହାନ୍ତିଙ୍କୁ ‘ପାର୍ଥ ବିଶି କିଶୋର ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ ।

Udyog Nursery
Udyogi Nursery

ଆସନ୍ତା ୨୭ ତାରିଖ କେସିଙ୍ଗା ଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ମୁକ୍ତ ମଂଚରେ ଆୟୋଜିତ ହେବାକୁ ଥିବା ଚେତାବନୀ ସାହିତ୍ୟ ସଂସଦର ପୁଷପୁନି ଭେଟଘାଟ ତଥା ରାଜ୍ୟସ୍ତରୀୟ ଲେଖକ ସମାବେଶ ଓ ଶିଳ୍ପୀ ସମ୍ବର୍ଦ୍ଧନା ସମାରୋହ ଅବସରରେ ବିଭିନ୍ନ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜନ ସହ ଉକ୍ତ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ । ଏଥିସହ ଲୋକସଂସ୍କୃତି ଗବେଷକ ଡ. ଅଜିତ କୁମାର ବେହେରା, କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନା ଓ ଜୁନିଅର୍ ଫେଲୋସିପ୍ ପ୍ରାପ୍ତ ଘୁମୁରା ଶିଳ୍ପୀ କମ୍ବୁପାଣି ବାଗଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି ସଂସଦର ସଭାପତି ଡ. ସେନାପତି ପ୍ରଦ୍ୟୁମ୍ନ କେଶରୀ, କାର୍ଯ୍ୟକାରୀ ସଭାପତି ନିରୋଜ ପଟ୍ଟନାୟକ ଓ ସାଧାରଣ ସଂପାଦକ ରମେଶ କୁମାର ଜେନା ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.