ଯୋରାଡବ୍ରା ଓ ରିଂଜା ପଞ୍ଚାୟତରେ ଦ୍ବିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ 

କର୍ଲାମୁଣ୍ଡା,୧୬/୧:

କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ ସ୍ଥିତ ଯୋରଡବ୍ରା ଗ୍ରାମପଞ୍ଚାୟତ ଠାରେ ଦ୍ବୀତିୟ ପଯ୍ୟାୟ ଆମ ଗାଁ ଆମ ବିକାଶ ନବୀନ ଓଡ଼ିଶାର ନୂତନ କିରଣ ‘ପିଠା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ସରପଞ୍ଚ ନିଲାନ୍ଦ୍ରୀ ବାଗ ଓ ସମ୍ମାନୀତ ଅତିଥି ନୋଡାଲ ଅଫିସର ପୁରୁଷୋତ୍ତମ ଧରୁଆ, ପିଇଓ କୃଷ୍ଣ ମୋହନ ଦାସ, ଗ୍ରାମ୍ୟ କୃଷି କର୍ମୀ ଭବାନୀ ଶଙ୍କର ନାୟକ, କୁସୁମ ପଣ୍ଡା, ଡ଼ଃ ପଟେଲ, ସମିତି ସଭ୍ୟ କିଶୋର ନାଗ, ମଞ୍ଚାସିନ ଥିବାବେଳେ ୱାଡ଼ ସଭ୍ୟ ସଭ୍ୟା , ବିଜୁଯୁବବାହିନୀ, ଅଙ୍ଗନ ୱାଡ଼ି, ବିଦ୍ୟୁତ ବିଭାଗ, ପରିମଳ ପ୍ରବର୍ତ୍ତକ କୁମର ମଣୀ ଓ ଶ୍ରୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ପରିମଳ ବିଷୟରେ ସଚେତନ କରାଇଥିଲେ । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ପିଠା ତିଆରି କରି ବଣ୍ଟନ କରିଥିଲେ । ନୂତନ ୨୩ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ଓ ଶହେ ଜଣ ହିତାଧିକାରୀଙ୍କୁ ପ୍ରଥମ ପଯ୍ୟାୟ ଏଲଇଡି ବଲ ବଣ୍ଟନ କରା ଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ଚନ୍ଦ୍ରହାସ୍ୟ ସାହୁ । ଏଥିରେ  ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ରିଂଜା ସରପଞ୍ଚ ଭୋଜବନ୍ତି ସାହୁଙ୍କ ସଭାପତିତ୍ବରେ ରିଂଜା ପଞ୍ଚାୟତ ଠାରେ ଦ୍ବୀତିୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

Report by Nabin Kishor Sahu,  Correspondent Karlamunda odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.