ସୁଗନ୍ଧିତ ଘାସ ଚାଷ ସମ୍ପର୍କିତ କର୍ମଶାଳା

କଳାହାଣ୍ଡି,୧୬/୧:

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବାଲିପଡା ବଜାର ପ୍ରାଙ୍ଗଣରେ ଆଜି ସୁଗନ୍ଧିତ ଘାସ ଚାଷ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗର ବୈଜ୍ଞାନିକ ଡଃ ପ୍ରବୀର ପାଲ ଏହି କର୍ମଶାଳାରେ ଯୋଗ ଦେଇ ସୁଗନ୍ଧିତ ଘାସ ଚାଷ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଏଥିରେ ମୂଖ୍ୟ ଅତିଥି ଭାବେ ଯୁବ ସାମ୍ବାଦିକ ରାଜକୁମାର ସିଂଦେଓ ଯୋଗଦେଇ ଉପସ୍ଥିତ କୃଷକ ମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ । ଡଃ ସନତ ସୁଜାତ ନୋଡାଲ ଅଫିସର ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଭାନପୁର ସରପଞ୍ଚ ଧିରୋଜ ପଧାନ, ବରିଷ୍ଠ କୃଷକ ରକ୍ଷାକର ଭୋଇ, ବିଶେଶ୍ବର ପଧାନ, ଲମ୍ବୋଦର ପଧାନ, ବି ଗଡତ୍ୟା, ପରେଶ ପଧାନ ପ୍ରମୂଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଭଏସ ଏକ୍ସନ ଫର ପିପୁଲ୍ସର ଟଙ୍କଧର ପୋଢ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏହି କର୍ମଶାଳାରେ ଅଞ୍ଚଳର ଶତାଧିକ ଚାଷୀ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.