ଗ୍ୟାସ ସିଲିଣ୍ଡର ଲିକ୍ : ଜଳିଗଲା ତିନି ବଖରା ଘର

କୋକସରା,୧୭/୧:

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ୍ ଅନ୍ତର୍ଗତ ଡହଗାଁ ରେ ଆଜି ସକାଳୁ ଗ୍ୟାସ ସିଲିଣ୍ଡର ଲିକ ହୋଇ ତିନି ବଖରା ଘର ଜଳି ଯାଇଛି । ପ୍ରପ୍ତ ସୂଚନା ଅନୁସାରେ ଡ଼ହଗାଁ ମହେଶ୍ବର ଭରତିଆ, ସେବତି ଦେଇ, ପରମେଶ୍ବର ଭରତିଆ ଏହି ତିନି ପରିବାର ଏକାଠି ଅଲଗା ଅଲଗା ଗୃହରେ ରହୁଥିବା ବେଲେ ଗ୍ୟାସ ଲିକ ହୋଇ ନିଆଁ ଲାଗିବା ଫଳରେ ମହେଶ୍ବର ଭରତିଆଙ୍କ ଦଶ କୁଇଣ୍ଟାଲ ଧାନ, ଦୁଇ କୁଇଣ୍ଟାଲ ଚାଉଲ ଓ ୩୦.୦୦୦/-ଟଙ୍କା, ବ୍ୟବହାରୀ କପଡା ସବୁ ଜଳି ଯାଇଛି।

Pearl dental clinic
Near Ashish Medical Store, Bhawanipatna

ସେହିପରି ସେବତୀ ଦେଇ ଜଣେ ଆଶାକର୍ମୀ ତାଙ୍କର ସରକାରୀ ନଥିପତ୍ର, ଆଶାଡାଏରୀ, ଡିଉଲିଷ୍ଟ, ମମତା ଖାତା ଓ ଘରତିଆରୀପାଇଁ ରଖିଥିବା ନଗଦ ଏକ ଲକ୍ଷ ଟଙ୍କା କ୍ଷତି ହୋଇଥିବା କହିଛନ୍ତି।

Udyog Nursery
Udyogi Nursery

ଘଟଣା ସ୍ଥଲରେ କୋକସରା ଅଗ୍ନିସମ ବିଭାଗର କର୍ମିଚାରୀ ମାନେ ଆସି ନିଆଁ ନିୟନ୍ତ୍ରଣାଧିନ କରିଥିଲେ । ତେବେ କୌଣସି ଜୀବନ ପ୍ରତି ବିପଦ ନଥିବା ପ୍ରକାଶ କରିଛନ୍ତି।

କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabart. in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.